କନକ ବ୍ୟୁରୋ : ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ । କ୍ଷତିପୁରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ସଇଁତଳା ଥାନା ଆଗରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଟିଟିଲାଗଡ଼ ପଟୁ ଆସୁଥିବା ବେଳେ ରେଙ୍ଗାଳି ପଟୁ ଆସୁଥିବା ରମେଶ ନାଗଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ରମେଶ ନାଗ ଦଶାହ କର୍ଯ୍ୟରେ ଯାଉଥିବା ବେଳେ ଗୋଏଲଭାଡ଼ି ଛକ ନିକଟରେ ୨ଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା ।

Advertisment

ଘଟଣା ସ୍ଥଳରେ ରମେଶ ନାଗଙ୍କ ମୃତ୍ୟୁ ହୋଇଛି । ପୋଲିସ ବାବୁଙ୍କ ଗାଡ଼ି ଦ୍ରୁତ ବେଗରେ ଆସୁଥିବାରୁ ଭାରସାମ୍ୟ ହରାଇ ଓଲଟିପଡିଥିଲା । ପରିବାର ଲୋକେ ମୃତଦେହ ରଖି ସଇଁତଳା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ ସଇଁତଳା ତହସିଲଦାର, ଆଇଆଇସି ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ଏହି ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।