କନକ ବ୍ୟୁରୋ: ଭୁବନେଶ୍ୱର ଓୟୋ ରୁମରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମିକାର ଓଢଣୀରେ ଝୁଲିପଡିଲେ ପ୍ରେମିକ । ଖଣ୍ଡଗିରି ଜାଗମରା ଅଞ୍ଚଳର ଓୟୋ ରୁମରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ସାଙ୍ଗମାନଙ୍କ ସହ ଯୁବକ ଜଣଙ୍କ ଏଠାକୁ ଜନ୍ମଦିନ ପାଳିବାକୁ ଆସିଥିଲେ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ଖଣ୍ଡଗିରି ପୁଲିସ । ସାଙ୍ଗମାନଙ୍କୁ ଅଟକ ରଖି ପୁଲିସ ବର୍ତ୍ତମାନ ପଚରାଉଚରା ଜାରିରଖିଛି ।

Advertisment

ସେପଟେ ଯୁବକଙ୍କ ପରିବାର ସଦସ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ମୃତ ଯୁବକ ହେଲେ ନିଆଳିର ଦୁର୍ଗାପ୍ରସାଦ ମିଶ୍ର ।