କନକ ବ୍ୟୁରୋ: ପଣ୍ଡ ହେଲା ନାବାଳିକାଙ୍କୁ ବିବାହ ଉଦ୍ୟମ । ଶିଶୁପାଳ ହୋଇ ଫେରିଲା ବର । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅଂଚଳରୁ ଆସିଛି ଏଭଳି ଏକ ଖବର । ଗତକାଲି ତୁରୀଗାଡ଼ିଆ ଡାଳଙ୍ଗ ଅଂଚଳରୁ ବାହାନଗା ସାରଙ୍ଗପୁରକୁ ଆସିଥିଲା ବାରଯାତ୍ରୀ । ଯେଉଁଥିରେ ଜଣେ ୩୫ ବର୍ଷିୟ ବ୍ୟକ୍ତି, ୧୭ ବର୍ଷର ନାବାଳିକା ଝିଅକୁ ବାହାର ହେବାକୁ ଯାଉଥିଲେ । ଆଉ ଠିକ୍ ଏହି ସମୟରେ ବିବାହ ସ୍ଥଳକୁ ପହଂଚିଥିଲେ ଚାଇଲ୍ଡ ଲାଇନର କର୍ମକର୍ତା । ଘଟଣାକୁ ନେଇ ଗନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ।
ସୂଚନା ଅନୁସାରେ,ଗତରାତିରେ ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ରେ। ବର ହେଉଛନ୍ତି ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଗ୍ରାମପଞ୍ଚାୟତର ଡାଲଙ୍ଗ ଅଂଚଳ। ବାହାନଗା ବ୍ଲକ୍ର ସାରଙ୍ଗପୁର ଗ୍ରାମର ଜଣେ ୧୭ ବର୍ଷର ନାବାଳିକା ଝିଅକୁ ବାହାର ହେବାକୁ ଯାଉଥିଲେ। କିନ୍ତୁ, ଝିଅ ଜଣେ ନାବାଳିକା ବୋଲି ସ୍ଥାନୀୟ ଶିଶୁ ସୁରକ୍ଷା ସଂଗଠନକୁ କୌଣସି ସୂତ୍ରରୁ ଖବର ମିଳିଗଲା। ସତ୍ୟାସତ୍ୟ ଜାଣିବା ନିମନ୍ତେ ଶିଶୁ ସୁରକ୍ଷା ସଂଗଠନର ୫ଜଣିଆ ଟିମ୍ ପୁଲିସ ନେଇ ବିବାହ ସ୍ଥଳରେ ପହଞ୍ଚିଥିଲେ। କାଗଜପତ୍ର ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଝିଅକୁ ୧୮ ବର୍ଷ ହେବାକୁ ଆହୁରି ମାସେ ବାକି ଅଛି। ତେଣୁ, ବାହାଘର ବନ୍ଦ ରଖିବାକୁ ସେମାନେ ବୁଝାଇ ଥିଲେ।
ତେଣେ ବିଳମ୍ବିତ ରାତ୍ରୀରେ ବର ଏବଂ ବରଯାତ୍ରୀମାନେ ଶୋଭାଯାତ୍ରା କରି ବାହା ହେବାକୁ ଆସୁଥିବା ବେଳେ ଗୋପାଳପୁର ବଜାରରେ ପୁଲିସକୁ ଦେଖି ଭୟରେ ଫେରିଯାଇଥିଲେ। ଘଟଣାସ୍ଥଳରେ ଖନ୍ତାପଡ଼ା ଥାନା ଆଇଆଇସି ସଞ୍ଜୟ ପରିଡ଼ା ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BARA.jpg)