ଜାଲ ନୋଟର ମାର୍କେଟିଂ ମ୍ୟାନେଜର ! ୧୦ ହଜାର ଟଙ୍କା ବଦଳରେ ଦେଉଥିଲା ୨ ଲକ୍ଷ ଟଙ୍କାର ନକଲି ନୋଟ୍

63

କନକ ବ୍ୟୁରୋ : ଧରା ପଡିଲା ଜାଲ ନୋଟ କାରବାରର ବାଦସାହା । ନାଁ ରତ୍ନାକର ସିଂହ ଓରଫ ଡାକା । ପୁଲିସ ହାତରେ ଧରା ପଡିବା ପରେ, ଜାଲ ନୋଟ କାରବାରର ପୁରା ଅପରେସନ ବାବଦରେ କହିଛି ପୁଲିସକୁ । ମାତ୍ର ୧୦ ହଜାର ଅସଲି ନୋଟ ବଦଳରେ, ମିଳୁଥିଲା ୨ ଲକ୍ଷ ଟଙ୍କାର ନକଲି ନୋଟ୍ । ନକଲି ବା ଜାଲ ନୋଟ ୧୦ରୁ ଅଧିକ ଯାଗାରେ ଛପା ଯାଉଥିଲା ।

ଗୋଟିଏ ଛପା ମେସିନ ଥିବା ଯାଗାରେ ଅତି କମରେ ୨୦ରୁ ଅଧିକ ଏଜେଂଟ କାମ କରୁଥିଲେ । ଏଜେଂଟ ମାନେ ମାର୍କେଟିଂ ମ୍ୟାନେଜର ଙ୍କ ଅଣ୍ଡରରେ ରହି କାମ କରୁଥିଲେ । କିଛି ଏଭଳି ତଥ୍ୟ ଶୁଣି ଟେରା ହୋଇଯାଇଛି କମିଶନରେଟ ପୁଲିସ ।ରତ୍ନାକର ଠାରୁ ଏଭଳି ବୟାନ ଶୁଣି ସାରିବା ପରେ, ବାରିପଦା ପୁଲିସ ତାକୁ ନେଇ ପଚରା ଉଚରା ଆରମ୍ଭ କରିଛି । ବିଶେଷକରି ଭୁବନେଶ୍ୱରରୁ ନକଲି ଟଙ୍କା ଆଣି ବାରିପଦା ବଜାରରେ ବିକ୍ରି କରେ ।

ତେବେ ଏବେ ସାରା ରାଜ୍ୟରେ କେତେ ଜାଲେନାଟ ବୁଲୁଛି ସେନେଇ ତଦନ୍ତ ଚଳାଇଛି । ପୁର୍ବରୁ ଜାଲନୋଟର ମାଷ୍ଟର ମାଇଣ୍ଡ ଟୁଡୁ ପରେ, ଏବେ ଡାକା ଗିରଫ । ହେଲେ ଏବେବି ଶହ ଶହ ଜାଲେନାଟ ଏଜେଂଟ ଆଉ କୋଟି କୋଟି ଜାଲ ନୋଟ୍ ଯେ ବଜାରରେ ଘୁରି ବୁଲୁଛି ଏକଥା ଏଡାଇ ଦିଆଯାଇ ନପାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-