କନକ ବ୍ୟୁରୋ : ଏକ ହତ୍ୟା ଯୋଜନା ପଣ୍ଡ କରିବା ସହ ୫ଜଣ ସୁପାରି କିଲରଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନିରାକାର ବେହେରା, ରୂପକ ସେଠୀ, ନରେଶ ସେଠୀ, ସୁରଜ ପରିଡ଼ା, ଉଦୟନାଥ ସଠୀ ଓ ମୁଖ୍ୟ ଅଭିଯୁକ୍ତ ଅଜୁ ସେଠୀ । ସେମାନଙ୍କ ଠାରୁ ପୋଲିସ ଗୋଟିଏ ବାଇକ୍, ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା, ଦୁଇଟି ବୋମା, ୫ଟି ମୋବାଇଲ ଜବତ କରିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଟାଉନ୍ ଥାନା ଏସ୍ଆଇ ରାଜକିଶୋର ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ପାଟ୍ରୋଲିଂ ଏବଂ ଗାଡ଼ି ଯାଞ୍ଚ କରୁଥିବା ବେଳେ ସୁପାରି ନେଇଥିବା ୫ଜଣ ଅଭିଯୁକ୍ତ ବୋମା ଓ ଖଣ୍ଡା ସହ ଧରା ପଡ଼ିଥିଲେ । ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ, ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ପ୍ରକାଶ କରିଛି । ଯୋଗୀଙ୍କୁ ହତ୍ୟା କରିବା ପାଇଁ ୪ଟଙ୍କା ଦେଇ ଅଭିଯୁକ୍ତ ଡିଲ କରିଥିଲା । ସୁପାରୀ ଦେଇଥିବା ଉଦୟନାଥ ନିଜ ଶଳାଭାଉଜ ପିଙ୍କି ସହ ଅନୈତିକ ସମ୍ପର୍କ ରଖି ଆସୁଥିବା ଅଭିଯୋଗ ହୋଇଛି ।
ଏବେ ପିଙ୍କିଙ୍କ ଭାଇ ଯୋଗୀ ଜାଣିବା ପରେ ଉଦୟନାଥ ଯୋଗୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଏଥିପାଇଁ ବ୍ରହ୍ମପୁରରେ ରହୁଥିବା ତାଙ୍କ ସମ୍ପର୍କୀୟ ଅଜୁଙ୍କ ସହ ଯୋଗାଯୋଗ କରି ୪ଲକ୍ଷ ଟଙ୍କା ସୁପାରି ଦେବାକୁ ସ୍ଥିର କରିଥିଲେ । ଏଥିପାଇଁ ସୁପାରି କିଲରଙ୍କ ସହ ଯୋଗାଯୋଗ କରି ୫୦ ହଜାର ଟଙ୍କା ଅଗ୍ରିମ ଦେଇଥିଲା । ଗତକାଲି କୌଣସି କାମରେ ଯୋଗୀ ବ୍ରହ୍ମପୁର ଆସିଥିବା ଖବର ପାଇ ତାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ମାନେ ପିଛା କରିଥିଲେ । କିନ୍ତୁ ହତ୍ୟା କରିବାକୁ ସକ୍ଷମ ହୋଇନଥିଲେ ।