କନକ ବ୍ୟୁରୋ: ଅତର୍କିତ ଭାବେ କାଠ ଫାଳିଆ ରେ ଆକ୍ରମଣ ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ମୂଖ୍ୟ ବଜାର ରେ। ଭକ୍ତବନ୍ଧୁ ନାୟକ ନାମକ ଯୁବକ କାମ କରୁଥିବା ଦୋକାନ ବାହାରେ ଥିବା ସିଡି ରାସ୍ତାରେ ବସିଥିବା ବେଳେ ଅଚାନକ ନିଲାଞ୍ଚଳ ନାମକ ଯୁବକ ଏକ କାଠ ଫାଳିଆ ରେ ଅତର୍କିତ ଭାବେ ଆକ୍ରମଣ କରିଥିଲା ସେଠାରେ ସେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି ।