ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୫ଜଣ ଦୁର୍ବୃତ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ପରେ ଫୋପାଡି ଦେଇ ଫେରାର

118

କନକ ବ୍ୟୁରୋ : ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଧୀନ ଅରଳା ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତଙ୍କୁ କାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସୂଚନା ମୁତାବକ, ବିଳମ୍ବିତ ରାତିରେ କିଛି ଯୁବକ ଗୋପାଳପୁର ବଜାରରୁ ପ୍ରଶାନ୍ତକୁ ବାଇକରେ ଜୋର ଜବରଦସ୍ତ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ ।

ଘର ଲୋକଙ୍କ ନିକଟରୁ ଅଭିଯୋଗ ପାଇ ଗୋପାଳପୁର ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।  କଲ୍ୟାଣୀ ହାଟୁଆଣି ଛକ ପୋଲ ନିକଟରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାରକାରୀ ଗୋପାଳପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଦୁର୍ବୁତ୍ତମାନେ ପ୍ରଶାନ୍ତ ମୁଣ୍ଡ, ଗୋଡ଼, ହାତକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ କ୍ଷତ ସ୍ଥାନକୁ ପୁନର୍ବାର ସିଲେଇ କରିଥିବାର ଦେଖାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।