କନକ ବ୍ୟୁରୋ : ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଲେ ଯୁବ କଂଗ୍ରେସ କର୍ମୀ । ନିଯୁକ୍ତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ । ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୋଲିସ । ଫଳରେ ଉଭୟ ପୋଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ।

Advertisment

୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭାଷ୍ଟାଚାର ବଢିଚାଲିଛି । ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରି ଚାଲିଛନ୍ତି । ସେହିଭଳି ପ୍ରତିବର୍ଷ ୨ ଲକ୍ଷ ଚାକିରୀ ଦେବାକୁ ସରକାର କହିଥିଲେ. । ସେହି ଅନୁଯାୟୀ ଦୀର୍ଘ ୨୪ ବର୍ଷ ମଧ୍ୟରେ ୪୮ ଲକ୍ଷ ଯୁବକ ଏବଂ ଯୁବତୀ ରୋଜଗାରକ୍ଷମ ହେବା କଥା କିନ୍ତୁ ଦୁଃଖର କଥା ବର୍ତମାନ ରାଜ୍ୟରେ ୨ ଲକ୍ଷ ୩୬ ହଜାର ସରକାରୀ ପଦବୀ ଖାଲି ପଡିଛି । ଏହାଶହ ସରକାର କୋଟି କୋଟି ଟଙ୍କା ଖର୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲା । ତାହା ଏବେ କାଯ୍ୟକ୍ଷମ ନାହିଁ । ସରକାରଙ୍କ ଏଭଳି ଅନେକ ବିଫଳତାକୁ ପ୍ରସଙ୍ଗ କରି ଯୁବ କଂଗ୍ରେସ ନବୀନ ନିବାସ ଘେରାଉ ଡାକରା ଦେଇଛି ।

ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଏହି ବିକ୍ଷୋଭରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଟାର୍ଗେଟ କରିଛନ୍ତି । ଉଭୟଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ସମ୍ପର୍କ ବୋଲି କହିଛନ୍ତି । ଉଭୟ ସରକାର ଯୁବକଙ୍କୁ ଠକିଛନ୍ତି । ନିଯୁକ୍ତି ଦେଉନାହାନ୍ତି, ଦର ହୁ ହୁ ହୋଇ ବଢୁଛି । ଉଭୟ ସରକାର ମିଳିତ ଭାବେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ବୋଲି କହିଛନ୍ତି ବି.ଭି ଶ୍ରୀନିବାସ ।