ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ

ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖି ଅଜଣା ସ୍ଥାନରେ ଚାଲିଛି ପଚରାଉଚରା

171

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି ।  ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି  ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଥାନା ଭିତରେ ରୁଦ୍ଧଦ୍ୱାର ବୈଠକ ଚାଲିଛି ।

ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ  ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ  ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି । ଗତକାଲି କଟକର ବିଭିନ୍ନ ସ୍ଥାନରେ  ବିଜେପି ପ୍ରତିବାଦ କରିଥିଲା । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି ।

ଏପଟେ, ମାହାଙ୍ଗାରେ  ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ଘଟଣାରେ ବିରୋଧୀଙ୍କ  ପ୍ରତିବାଦ ଜାରି ରହିଛି ।  ଆଜି କଂଗ୍ରେସ ଓ ବିଜେପି  ପକ୍ଷରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି । ଭୁବନେଶ୍ୱରରେ  ବିଜେପି କର୍ମୀମାନେ ମାହାଙ୍ଗା ଘଟଣାରେ  ପଦଯାତ୍ରା କରିଛନ୍ତି । ଏଥିରେ ବିଜେପି କର୍ମୀମାନେ ସାମିଲ ହୋଇଥିଲେ । ମାହାଙ୍ଗା  ଘଟଣାକୁ ନେଇ  ଉଭୟ ବିଜେପି ଓ କଂଗ୍ରେସ ବିକ୍ଷୋଭ ଜରି ରଖିଛନ୍ତି ।  କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଶିଶୁଭବନ ଆଗରେ ବିକ୍ଷୋଭ କରିବା ସହ ଆଇନମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।