ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ଶତାଧିକ କଂଗ୍ରେସ କର୍ମୀଙ୍କ ନାରାବାଜି, ସୃଷ୍ଟି ହେଲା ଅପିତିକର ସ୍ଥିତି

ଭିତରେ ଚାଲିଥିଲା ବୈଠକ ଏପଟେ କଂଗେସ ଭବନ ବାହାରେ ଚାଲିଥିଲା ନାରାବାଜି

105

କନକ ବ୍ୟୁରୋ : ସୁଧୁରୁନି କଂଗ୍ରେସର ପୁରୁଣା ରୋଗ । ଯେତେ ବୁଝେଇଲେ ବି ବୁଝୁନାହାଁନ୍ତି ନେତା ଓ କର୍ମୀ । ପ୍ରଭାରୀ ତାଗିଦ୍ ସତ୍ୱେ ପୁଣି ସାମ୍ନାକୁ ଆସିଲା ଦଳୀୟ କନ୍ଦଳ । ଗୋଟିଏ ପଟେ ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନକୁ ନେଇ କଂଗ୍ରେସ ଭବନରେ ବୈଠକ ଚାଲିଥିବା ବେଳେ ଅନ୍ୟ ପଟେ ଭବନ ବାହାରେ ଚାଲିଛି ବିକ୍ଷୋଭ । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ବିରୋଧରେ ଶତାଧିକ ଯୁବ କଂଗ୍ରେସ କର୍ମୀ ବାହାରେ ନାରାବାଜି କରିଛନ୍ତି । ଗାଡି ଧରି କଂଗ୍ରେସ ଭବନ ପରିସରରେ ନାରାବାଜି କରିବା ସହ ସଭାପତିଙ୍କ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।

ସେପଟେ, କଂଗ୍ରେସ ଭବନରେ ଭାରତ ବନ୍ଦକୁ ନେଇ ଆଲୋଚନା । ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ନିଷ୍ପତ୍ତି ନେଇ ଅନ୍ୟ ବିରୋଧୀ ଦଳମାନଙ୍କ ସହ ଆଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସିପିଏମ, ସିପିଆଇ, ଆରଜେଡି, ଆଇଏନସି, ସମାଜବାଦି ପାର୍ଟି ଓ ଏନସିପିର ନେତୃବୃନ୍ଦଙ୍କ ସହ ଆଲୋଚନା । ଆସନ୍ତା ୨୭ ତାରିଖରେ ସମୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡକାରା ଦେଇଥିବା ବେଳେ ଓଡ଼ିଶାରେ ବନ୍ଦ ପାଳନ ଉପରେ ଆଲୋଚନା ହୋଇଥିବା ସୂଚନା ।