କନକ ବ୍ୟୁରୋ: କଟକ ଏସସିବି ଏମ୍ସ ପ୍ଲସ ନିର୍ମାଣସ୍ଥଳରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ନିର୍ମାଣାଧିନ କୋଠାରେ ଦଉଡ଼ି ଦେଇ ଶ୍ରିମକ ଜଣକ ଆତ୍ମହତ୍ୟା କରିଥିବା ସୂଚନା । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଢେଙ୍କାନାଳ ଅଂଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି ହୋଇଥିବା ବେଳେ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ସଠିକ ତଦନ୍ତ ଦାବି କରିବା ସହ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ମଙ୍ଗଳାବାଗ ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।