କନକ ବ୍ୟୁରୋ: ଝାରସୁଗୁଡା ବଡମାଳ ଥାନା ବୃନ୍ଦାମାଲ ଷ୍ଟେସନପଡାରେ ଅଭାବନୀୟ ଘଟଣା । ଫେସବୁକ୍ ଲାଇଭ କରି ଯୁବକଙ୍କ ଆତ୍ମହତ୍ୟା । ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି ଅଟଳ ସିଂ । ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଅଟଳ ଏକ କମ୍ପାନିରେ ଡ୍ରାଇଭାର ଭାବେ କାମ କରୁଥିବା ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ସ୍ପଷ୍ଟ ଭାବରେ ଜଣାପଡିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।