ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ବିଜେପି ବିଧାୟକଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କନକ ବ୍ୟୁରୋ: ଲକ୍ଷେ୍ନøରେ ବିଜେପି ବିଧାୟକ ଯୋଗେଶ ଶୁକ୍ଳାଙ୍କ ସରକାରୀ ବାସଭବନରେ ଯୁବକର ଆତ୍ମହତ୍ୟା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହକୁ ଉଦ୍ଧାର କରିଥିଲା । ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଯାଞ୍ଚ ଜାରି ରହିଛି । ମୃତ ଯୁବକର ନାମ ଶ୍ରେଷ୍ଠ ତିୱାରୀ । ସେ ବାରାବଙ୍କି ହାଇଦରଗଡର ବାସିନ୍ଦା । ବିଧାୟକଙ୍କ ପାଇଁ ମିଡିଆ ଟିମରେ କାର୍ଯ୍ୟ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe