କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ଅନିୟମିତତା । ଜଣେ ଯୁବକ ଛୁରୀ ଧରି ମମତାଙ୍କ ବାସଭବନକୁ ପଶୁଥିବାବେଳେ ଗିରଫ ହୋଇଛି । ଯୁବକଠାରୁ ଏକାଧିକ ଏଜେନ୍ସିର ଆଇଡି କାର୍ଡ ମିଳିଥିବା ସୂଚନା ରହିଛି ।

Advertisment

କଥା ହେଉଛି ଯୁବକ ଜଣକ ଯେଉଁ ଗାଡିରେ ମମତାଙ୍କ ବାସଭବନ ପରିସରକୁ ପ୍ରବେଶ କରିଥିଲା ସେଥିରେ ପୁଲିସ ଷ୍ଟିକର ଲାଗିଥିଲା । ତେଣୁ ତା’ ଉପରେ କେହି ସନ୍ଦେହ କରିନଥିଲେ । କିନ୍ତୁ ଏହାପରେ ଛୁରୀ ଓ ବନ୍ଧୁକ ସହିତ ମୁଖ୍ୟମନ୍ତ୍ରୀଙ୍କ ଘରକୁ ପ୍ରବେଶ କରୁଥିବା ବେଳେ ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ତାକୁ କାବୁ କରି ନେଇଥିଲା। ଫଳରେ ମମତାଙ୍କ ଉପରେ ହେବାକୁ ଥିବା ସମ୍ଭାବ୍ୟ ବିପଦ ଟଳିଯାଇଛି ।