ବାଲେଶ୍ୱର ଜଳେଶ୍ୱରରେ ବଜ୍ରାଘାତରେ ଜଳିଗଲେ ଯୁବକ । ଜଣେ ମୃତ, ଜଣେ ଗୁରୁତର । କାଳ ହେଲା ଅଦିନିଆ ବର୍ଷା ।

406

କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା । ଏଥିରେ ଭୋଗରାଇର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ଚିଙ୍ଗୁଡ଼ି ଘେରିକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ କାରଣରୁ ରଞ୍ଜନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇ ପ୍ରାଣ ହରାଇଛନ୍ତି । ସେପଟେ ପସରବିନ୍ଧା ଗାଁର ମୃତ୍ୟୁଞ୍ଜୟ ଘଡ଼ାଇଙ୍କ ବୋହୁ ମୋବାଇଲ ବ୍ୟବହାର କରୁଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।