କନକ ବ୍ୟୁରୋ: ଯୁବକଙ୍କୁ ଗାଁ ମଝିରେ ପିଟି ପଟି ହତ୍ୟା । ଝାରସୁଗୁଡା ଲଇକେରା ଥାନା ସାରଙ୍ଗଲୋଇ ପଞ୍ଚାୟତ ପତ୍ରପାଲି ଗାଁରେ ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ଇ ହତ୍ୟା କଲେ ଦୁର୍ବୃତ । ମୃତକଙ୍କ ନାମ ବିପିନ ଭୋଇ । ସେହି ଗାଁର ଗୋଟିଏ ପରିବାର କିଛି ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ପରିବାରର ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରସ୍ପର ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଘଟଣା ସ୍ଥଳରେ ଲଇକେରା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି ।
ଯୁବକଙ୍କୁ ପିଟି ପିଟି ହତ୍ୟା । ସାମାନ୍ୟ କଳିରୁ ରକ୍ତପାତ ।
/kanak/media/post_attachments/wp-content/uploads/2024/01/bitten.jpg)