ପିଲା ଚୋରି ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ । ପିଲା ଚୋରି ବେଳେ କାବୁ କଲେ ଲୋକେ ।

183

କନକ ବ୍ୟୁରୋ: ଗଞ୍ଜାମ ଖଲିକୋଟରେ ପିଲା ଚୋରି ଅଭିଯୋଗରେ ଜଣେ ଯୁବକକୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଅଂଚଳବାସୀ । ଅଗ୍ନିଶମ ସେବାକେନ୍ଦ୍ର ସମ୍ମୁଖରେ ଥିବା ଓଡିଆରପି କଲୋନିରେ ଜଣଙ୍କ ଘରେ ପଶିଥିଲା ଅଭିଯୁକ୍ତ । ପିଲା ଚୋରି ପାଇଁ ଉଦ୍ୟମ ବେଳେ ଯୁବକକୁ କାବୁ କରିଛନ୍ତି ଅଞ୍ଚଳବାସୀ । ଯୁବକ ଜଣକ ରାଜ୍ୟ ବାହାରର ହୋଇଥିବା ଜଣାପଡ଼ିଛି । ହିନ୍ଦୀରେ କଥା କହୁଥିବା ବେଳେ କେଉଁ ଅଞ୍ଚଳର ତାହା ଜଣାପଡ଼ି ନାହିଁ । ଏନେଇ ପୋଲିସକୁ ସୂଚନା ଦେବା ପରେ ଖଲିକୋଟ ପୋଲିସ ଘଟଣାସ୍ଥଳରେ ପହଁଚି ଯୁବକକୁ ଉଦ୍ଧାର କରିଛି । ଅଭିଯୁକ୍ତକୁ ଥାନାକୁ ନେଇ ଅଧିକ ପଚରାଉଚରା କରାଯାଉଛି ।