କନକ ବ୍ୟୁରୋ : ଗଞ୍ଜାମ ଗୋଳନ୍ଥରା ଥାନା ଆଗରେ ଅଭାବନୀୟ ଘଟଣା । ଦେହରେ କିରୋସିନ୍ ଢ଼ାଳି ଯୁବକଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି । ନିଆଁ ଲଗାଇବା ପରେ ସେ ଥାନା ମଧ୍ୟକୁ ପଶି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲ ପଠାଇ ଦିଆଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ହେଉଛନ୍ତି ସନ୍ତୋଷ ସାମନ୍ତରାୟ । ତାଙ୍କ ଶରୀର ୭୦ରୁ ୮୦ ପ୍ରତିଶତ ପୋଡି ଯାଇଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଯୁବକ କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଛାନଭିନ ଜାରି ରଖିଛି ।