କାମାକ୍ଷନଗର ଭୁବନରେ ଯୁବକଙ୍କୁ ଏସିଡ ମାଡ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି, କିଏ କାହିଁକି ଏସିଡ ମାଡ କଲା କାରଣ ଅସ୍ପଷ୍ଟ

କାମାକ୍ଷନଗର ଭୁବନରେ ଯୁବକଙ୍କୁ ଏସିଡ ମାଡ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି, କିଏ କାହିଁକି ଏସିଡ ମାଡ କଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଲତାବିଲସାହିରେ ଯୁବକଙ୍କୁ ଏସିଡ ମାଡ । ଗତ ରାତିରେ ଘରେ ଥିବା ଯୁବକଙ୍କୁ କିଏ ଏସିଡ ମାଡ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ଗଡଗଁପୁର ଗାଁର ଭାଗିରଥୀ ନାୟକଙ୍କୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ କିଏ ଏସିଡ ଢାଳି ଫେରାର ହୋଇଯାଇଥିଲା । ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏସିଡ ମାଡରେ ଆହତ ଭାଗୀରଥୀ ଶ୍ୱଶୂର ଘରେ ରହନ୍ତି । ସ୍ତ୍ରୀ ବାପ ଘରେ ଥିବା ବେଳେ ଗାଁକୁ ଆସିଥିଲେ ଭାଗୀରଥୀ । ଘରେ ଥିବା ବେଳେ କିଏ କାହିଁକି ଏସିଡ୍ ମାଡ କଲା ତାର କାରଣ ଜଣାପଡି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe