କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ସଂଘବଦ୍ଧ ଆକ୍ରମଣ । ଆହତ ଯୁବକଙ୍କ ଘର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା । ଗତକାଲି ରାତିରେ ସୁନ୍ଦରପଦା ହରିଆ ଛକ ନିକଟରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିିଛି ପୁଲିସ । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଉଛି । ମିଳିଥିବା ସିସିଟିଭିରୁ ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଆହତ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବାସିନ୍ଦା ।
/kanak/media/post_attachments/wp-content/uploads/2024/02/Capture-1.jpg)