ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବାକୁ ମନା କରିବାରୁ ଯୁବକଙ୍କ ଉନ୍ମତ କାଣ୍ଡ । ପୋଲିସ ହେଡ୍ କନଷ୍ଟେବଳଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତ ଫେରାର ।

238

କନକ ବ୍ୟୁରୋ : ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ଏକ ଦଣ୍ଡନୀୟ ଅପରାଧ । ଏହା ଜାଣିବା ପରେ ବି ନିୟମକୁ ବେଖାତିର କରି ଜନଗହଳି ସ୍ଥାନରେ ଧୁମ୍ରପାନ କରୁଛନ୍ତି ଶିକ୍ଷିତ ସମାଜର ଅଶିକ୍ଷିତ ମଣିଷ । ତେବେ ସିଗାରେଟ୍ ଟାଣିବାକୁ ନେଇ କର୍ଣ୍ଣାଟକରୁ ଆସିଛି ଏକ ଅଭାବନୀୟ ଘଟଣା । ଏହା ଏପରି ଏକ ଖବର ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବାଙ୍ଗାଲୋରର ଆରଟି ନଗରରେ ଆଜି ଜଣେ ଯୁବକ ଜନଗହଳିପୂର୍ଣ୍ଣ ସ୍ଥାନରେ ସିଗାରେଟ୍ ଟାଣୁଥିଲେ । ଆଉ ଏହି ସମୟରେ ତାଙ୍କୁ ସିଗାରେଟ୍ ନଟାଣିବାକୁ ପରାମର୍ଶ ଦେଇଥିଲେ ଜଣେ ପୋଲିସ କନଷ୍ଟେବଳ । ଆଉ ବାସ ଏତିକିରେ ରାଗି ଯାଇଥିଲେ ସମ୍ପୃକ୍ତ ଯୁବକ । ରାଗ ଏତେ ଚଢିଯାଇଥିଲା ଯେ, ପୋଲିସ କନଷ୍ଟେବଳଙ୍କୁ ଶେଷରେ ସେ ଛୁରା ମାଡ କରିଥିଲା । ତେବେ ଏହି ଘଟଣା ପରେ ଯୁବକ ଜଣଙ୍କ ଫେରାର ଥିବା ବେଳେ, ଅପରାଧୀକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।