କନକ ବ୍ୟୁରୋ:  କଳାର ପୂଜାରୀ । ହେଲେ ଏ କଳାକୁ ବୁଝୁଛି କିଏ । ଦାରିଦ୍ର୍ୟର କଷାଘାତରେ ଅବହେଳିତ ଏହି ନିଆରା ରୂପକାରଙ୍କ କଳା ।
ଏ ହେଉଛନ୍ତି ପୁରୀ ଜିଲ୍ଲା ଆଳସାହି ପାଟସନ୍ଦରପୁର ଗାଁର ଆଶାନ୍ତ ଦାସ । ପିଲାଟି ବେଳୁ କଳାରେ ରୁଚି ରଖୁଥିବା ଆଶାନ୍ତ ଅତି ଗରିବି ଭିତରେ ବି ନିଜର ପ୍ରତିଭାକୁ ପରିପ୍ରକାଶ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଛନ୍ତି । ଘରର ଦାରିଦ୍ର୍ୟ ଯୋଗୁଁ ବାହାରକୁ ଦାଦନ ଖଟିବାକୁ ମଧ୍ୟ ଯାଇଛନ୍ତି । ଆଉ ସେଥିରୁ ଯାହା ଦି ପଇସା ସଞ୍ଚୟ କଲେ ସେଥିରେ ଘରକୁ ଫେରି ପୁଣି ପଢିବା ଜାରି ରଖିଲେ । ଯୁକ୍ତ ଦୁଇ , ଡିଗ୍ରୀ ହାସଲ କରିବା ପରେ ଉକ୍ରଳ ୟୁନିଭର୍ସିଟି ଅଫ୍ କଲଚରରେ ପିଜି କରିଥିଲେ । ଆଉ ତାପରେ କଳାରେ ପୁରା ମଜ୍ଜିଗଲେ ।

Advertisment

ଆଶାନ୍ତ ମାଟିରେ ଗଢିଦିଅନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ପାର୍ବଣ ଋତୁରେ ବିଭିନ୍ନ ସ୍ଥାନରୁ ଅର୍ଡର ପାଇ ମୂର୍ତ୍ତି ଗଢିବାକୁ ଯାଆନ୍ତି । ହେଲେ ଅନ୍ୟ ସମୟରେ କିଛି କାମ ନଥିବାରୁ ପେଟ ପୋଷିବା ତାଙ୍କ ପାଇଁ କାଠିକର ପାଠ୍ । ଘରେ ବୁଢା ବାପା, ମା’ଙ୍କ ଦାିତ୍ୱ ନେବାକୁ ବି ତାଙ୍କର ସମ୍ବଳ ନିଅଣ୍ଟ ପଡେ । ଏତିକି ବେଳେ ଛୋଟ;ଛୋଟ କଳାକୃତି କରି ବିକି ସେଥିରୁ ଯାହା ଦି ପଇସା ମିଳେ ସେଥିରେ ଅତି କଷ୍ଟରେ ପରିବାର ଚଳାନ୍ତି ଆଶାନ୍ତ । ତେବେ ସବୁଠାରୁ ନିଆରା ଆଶାନ୍ତଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଭାସ୍କର୍ଯ୍ୟ କଳା ।
ପାଖରେ ପଇସା ନଥିବାରୁ ପଅକୁ ଭଲକି ପାଠ ପଢାଇପାରିଲେନି । ବାଧ୍ୟ ହୋଇ ପୁଅ ଦାଦନ ଖଟିବାକୁ ବାହାରକୁ ଗଲା । ଏଥିପାଇଁ ମନରେ ବାପା, ମା’ଙ୍କ ମନରେ ଦୁଃଖ କହିଲେ ନସରେ । ହେଲେ ଏବେ ପୁଅ ଯେତେବେଳେ ନିଜ କଳାକୃତି ପାିଁ ବିଭିନ୍ନ ଅନୁଷ୍ଠାନ ପାଖରୁ ସମ୍ମାନିତ ହେଉଛି ବାପା , ମା’ଙ୍କ ଖୁସି କହିଲେ ନସରେ ।

 ଭାସ୍କର୍ଯ୍ୟ କଳାର ଏହି ପୂଜାରିଙ୍କ ସରକାରଙ୍କ ଠାରୁ କିଛି ପ୍ରେତ୍ସାହନ ମିଳିଲେ ସେ ସ୍ଥାନୀୟ ଅଞ୍ଚଳର ଏକ ପରିଚିତ ଗୌରବ ହୁଅନ୍ତେ ନିଶ୍ଚୟ ।