ପ୍ରେମରେ ଅସଫଳ ହେବାରୁ ଗର୍ଭବତୀ ମହିଳାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ଦୁଷ୍କର୍ମ କଲା ଯୁବକ ! ଅଭିଯୁକ୍ତ ଥାନାରେ ଅଟକ

ପ୍ରେମରେ ଅସଫଳ ହେବାରୁ ଗର୍ଭବତୀ ମହିଳାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ଦୁଷ୍କର୍ମ କଲା ଯୁବକ ! ଅଭିଯୁକ୍ତ ଥାନାରେ ଅଟକ

ଜଣେ ବିବାହିତ ଯୁବକ ଜଣେ ଗର୍ଭବତୀ ମହିଳାଙ୍କୁ ଅମାନୁଷିକ ଭାବେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ।

publive-image

ସୂଚନା ଅନୁସାରେ; ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳା ଗର୍ଭବତୀ ଅଛନ୍ତି। ଗତ ୧୬ ତାରିଖ ଦିନ ଘରେ ତାଙ୍କ ସ୍ବାମୀ ନ ଥିଲେ। ଏହାର ସୁଯୋଗ ନେଇ ସୁଲୀଲ ନାୟକ ନାମକ ଜଣେ ବିବାହିତ ଯୁବକ ତାଙ୍କ ଘରକୁ ଯାଇ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା। ତେବେ ମହିଳା ଜଣକ ଉଦୟଙ୍କୁ ବିରୋଧ କରିବାରୁ ସୁଶୀଲ ମୁଣ୍ଡରେ ସଇତାନ ସବାର ହୋଇଗଲା। ସେ ଘରେ ପଡ଼ିଥିବା ଲୁଗା ଓ ଦଉଡ଼ିରେ ଜୋର୍ କରି ମହିଳାଙ୍କ ହାତ-ଗୋଡ଼ ବାନ୍ଧି ପକାଇଥିଲା। ଆଉ ମହିଳା ଜଣକ ଗର୍ଭବତୀ ଥିବା ଜାଣି ମଧ୍ୟ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ସ୍ବାମୀ ଘରକୁ ଫେରିବା ପରେ ମହିଳା ଜଣକ ତାଙ୍କୁ ସବୁକଥା ଜଣାଇଥିଲେ। ଏ ନେଇ ଗ୍ରାମରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୀଡ଼ିତା ଘଟଣା ବାବଦରେ ସୋର ଥାନାକୁ ଲିଖିତ ଭାବେ ଜଣାଇଥିଲେ। ଫଳରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶେଷ ଖବର ଅନୁଯାୟୀ ଅଭିଯୁକ୍ତ ସୁଶୀଲକୁ ଏବେ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।\n

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe