ମହଙ୍ଗା ପଡ଼ିଲା ମୁମ୍ବାଇ ମଡେଲକୁ ବ୍ଲାକମେଲ : ଗିରଫ ହେଲେ ନବରଙ୍ଗପୁର ସୁନାବେଢ଼ା ଗାଁର ୨୧ ବର୍ଷିୟ ଯୁବକ ସୌରଭ ମଣ୍ଡଳ

697

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ମୁମ୍ବାଇ ମଡେଲଙ୍କୁ ବ୍ଲାକମେଲ କରିବା । ଗିରଫ ହେଲେ ନବରଙ୍ଗପୁର ସୁନାବେଢ଼ା ଗାଁର ୨୧ ବର୍ଷିୟ ଯୁବକ ସୌରଭ ମଣ୍ଡଳ । ପ୍ରଥମେ ଫେସବୁକରୁ ସାଙ୍ଗ ହେବା ପରେ ହ୍ୱାଟ୍ସଆପରେ ଚାଟିଂ କରି ବନ୍ଧୁ ହୋଇଥିଲେ । ପରେ ମଡେଲ ମହିଳାଙ୍କ ଫଟୋକୁ ଏଡିଟ କରି ଭାଇରାଲ କରିବାକୁ ଧମକ ଦେଉଥିଲେ ସୌରଭ ମଣ୍ଡଳ । ଏହି ଘଟଣାରେ ଯୁବକଙ୍କୁ ଉମରକୋଟ ଅଂଚଳରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ।

ଉପାନ୍ତ ଅଂଚଳରୁ ମହାନଗରୀ ମୁମ୍ବାଇର ମଡେଲକୁ ବ୍ଲାକମେଲିଂ କରୁଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁବକଙ୍କୁ ଗିରଫ ପରେ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇ ଟ୍ରାଂଜିଟ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଂଚ । ମଡେଲଙ୍କ ଫଟୋକୁ ସୋସିଆଲ ମିଡିଆରୁ ନେଇ ଏଡିଟ କରି ଅଭିଯୁକ୍ତ ଯୁବକ ଜଣଙ୍କ ବ୍ଲାକମେଲ କରି ଟଙ୍କା ମାଗୁଥିଲା । ଲୋକଲଜ୍ୟା ଭୟରେ ମଡେଲ ଜଣଙ୍କ ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ବାରମ୍ବାର ଯୁବକ ଜଣଙ୍କ ତାଙ୍କୁ ହଇରାଣ କରିଥିଲେ । ଶେଷରେ ମଡେଲ ଜଣଙ୍କ ସୋସିଆଲ ମିଡିଆ ବ୍ୟବହାର କରିବା ବନ୍ଦ କରିଦେଇଥିଲେ । ହେଲେ ଯୁବକଙ୍କ ମନ ମାନି ନଥିଲା ଏବଂ ମଡେଲଙ୍କ ଭାଇର ଠିକଣା ସୋସିଆଲ ମିଡିଆରୁ ବାହାର କରି ପୁଣି ଅର୍ଥ ଦାବି କରିଥିଲେ ।