ଡୁମୁଡ଼ୁମା ଅଞ୍ଚଳରେ ହତ୍ୟାକାଣ୍ଡ : ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଅସାମାଜିକ ଯୁବକ; ପୋଲିସର ଛାନଭିନ ଜାରି

355

କନକ ବ୍ୟୁରୋ : ଗାଡି ଧକ୍କା ପରେ ଗଣ୍ଡଗୋଳ ଓ ତାପରେ ହତ୍ୟାକାଣ୍ଡ । ରାଜଧାନୀ ଭୁବନେଶ୍ୱରର ଡୁମୁଡୁମାରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି କିଛି ଅସାମାଜିକ ଯୁବକ । ମୃତ ଯୁବକ ହେଳେ ସନାତନ ରାଉତରାୟ । ଡୁମୁଡୁମା ଅଂଚଳରେ ମୋବାଇଲ ଦୋକନ କରିଥିଲେ ସନାତନ ।

ଗତକାଲି ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ି ଧକ୍କାରୁ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହା ପରେ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ସେହି ଅସାମାଜିକ ଯୁବକ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପହଂଚି ସନାତନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସନାତନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଖଣ୍ଡଗିରି ଥାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତେବେ ଘଟଣାରେ ପୋଲିସ ୬ଜଣଙ୍କୁ ଉଠାଇ ନେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ଜୟ ସିଂ ଫେରାର ଅଛି ।