ଏଭଳି ଲୋକଙ୍କୁ ଇୟରଫୋନ୍ ବ୍ୟବହାର କରିବା ଖୁବ୍ ମହଙ୍ଗା ପଡିପାରେ ! କେତେବେଳେ ବି ଚାଲିଯାଇପାରେ ଜୀବନ ।

300

ଆଜିକାଲି ଅଧିକତର ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି ଏବଂ ସ୍ମାର୍ଟଫୋନ୍ ବ୍ୟବହାର କଲା ସମୟରେ କାନରେ ଇୟରଫୋନ୍ ର ମଧ୍ୟ ଲଗାଇଥାନ୍ତି । ତେବେ ଘଣ୍ଟା ଘଣ୍ଟା ଏଭଳି କାନରେ ଇୟରଫୋନ୍ ଲଗାଇଲେ ଯେ ଆପଣ ବଧିର ହୋଇପାରିବେ ଏହାର ସୁଚନା ଆପଣଙ୍କୁ ନାହିଁ । ତେବେ କେବଳ ବଧିର ନୁହଁ ଇୟରଫୋନ୍ ର ବ୍ୟବହାର ଆପଣଙ୍କୁ ଅନେକ ରୋଗ ମଧ୍ୟ ଆଣିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହା ଖୁବ୍ ବିପଦ ମଧ୍ୟ ଆଣିପାରେ । ନିମ୍ନରେ ଏଭଳି ଲୋକଙ୍କ ବିଷୟରେ ସୁଚନା ଦିଆଯାଇଛି ।

କମ୍ ଶୁଣାଯିବା : ସବୁ ଇୟରଫୋନରେ ହାଇ ଡେସିବଲ୍ ୱେଭ ଥାଏ । ଯାହାର ବହୁଳ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶୁଣିବା ଶକ୍ତି କମିଯିବ । ତେଣୁ ୯୦ ଡେସିବଲ୍ ରୁ ଅଧିକ ଶବ୍ଦରେ ଗୀତ ଶୁଣିଲେ ଆପଣଙ୍କୁ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିପାରେ ।

ମସ୍ତିଷ୍କ ଉପରେ ପଡିବ ଖରାପ ପ୍ରଭାବ : ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିବ । ତେଣୁ ଯେତେ କମ୍ ଇୟରଫୋନ ବ୍ୟବହାର କରିବେ ଆପଣଙ୍କ ପାଇଁ ସେତେ ଭଲ ହେବ ।

ଇନଫେକ୍ସନର ବିପଦ : ଇୟରଫୋନ ଲମ୍ବା ସମୟ ଧରି ବ୍ୟବହାର କଲେ ଆପଣଙ୍କ କାନରେ ଇନଫେକ୍ସନ୍ ହୋଇପାରେ । ଯଦି କାହା ସହ ସେୟାର୍ କରୁଛନ୍ତି ତେବେ ସାନିଟାଇଜର୍ ମାଧ୍ୟମରେ ଇୟରଫୋନ୍ ପୋଛନ୍ତୁ । ଏହାଦ୍ୱାରା କାନ ଏବଂ ମୁଣ୍ଡରେ ଯନ୍ତ୍ରଣା ହେବା ସହ କାନରେ ଛଣଛଣ ଶବ୍ଦ ଶୁଣାଯିବ ।

ହୃଦୟ ରୋଗ ବା କ୍ୟାନ୍ସର : ଅଧିକ ଶବ୍ଦରେ ଗୀତ ଶୁଣିଲେ ମାନସିକ ସମସ୍ୟା,ହୃଦୟ ରୋଗ ଏବଂ କ୍ୟାନ୍ସର ଭଳି ସମସ୍ୟା ଦେଖାଯାଏ । ଏହାଦ୍ୱାରା ଶୁଣିବା କ୍ଷମତା ୪୦ ରୁ ୫୦ ଡେସିବଲ୍ କମ୍ ହୋଇଯାଏ । କାନ ପରଦା ଭାଇବ୍ରେଟ୍ ହେବାକୁ ଲାଗିଥାଏ । ଦୂର ଶବ୍ଦ ଶୁଣିବାରେ ଅସୁବିଧା ଉପୁଜେ ।

ଯଦି ଆପଣଙ୍କୁ ମୁଣ୍ଡବ୍ୟଥାର ଅସୁବିଧା ଦେଖାଦେଉଛି କିମ୍ବା ମାଇଗ୍ରେନ୍ ଭଳି ସମସ୍ୟା ରହିଛି ତେବେ ଭୁଲରେ ବି ଅଧିକ ସାଉଣ୍ଡରେ ଗୀତ ଶୁଣନ୍ତୁ ନାହିଁ ଏବଂ କମ୍ ରୁ କମ୍ ଇୟରଫୋନ୍ ବ୍ୟବହାର କରନ୍ତୁ ।