ଇଣ୍ଟରନେଟ୍ ତଥା ସୋସିଆଲ୍ ମିଡିଆରେ ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ୩୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ହ୍ୟାକର୍ । ଏଥିରେ କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କ୍ ଖାତାରୁ ନେଇ ସୋସିଆଲ୍ ମିଡିଆ ଆକାଉଣ୍ଟର ବିବରଣୀ ମଧ୍ୟ ରହିଅଛି । ସାଇବର ସିକ୍ୟୁରିଟି ଫର୍ମ କାସପସ୍କ୍ରି ଲ୍ୟାବ ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଲା ।
ଗୋଟିଏ ଖାତାର ଡିଟେଲ୍ ୭୦ ରୁ ୭୨ ଟଙ୍କାରେ ହେଉଛି ବିକ୍ରି :
୧ . ରିସର୍ଚ୍ଚ ମୁତାବକ ହ୍ୟାକର ଉବର୍ ,ନେଟଫ୍ଲିକ୍ସ,ସ୍ପୋଟିଫାଇ ଏବଂ ଦ୍ୱିତୀୟ ଗେମିଙ୍ଗ୍ ,ଡେଟିଙ୍ଗ୍ ଏବଂ ପର୍ଣ୍ଣ ୱେବସାଇଟ୍ ରୁ ୟୁଜରର ଡାଟା ଚୋରି କରୁଛନ୍ତି । ସାଇବର ଅପରାଧୀ ଜଣେ ୟୁଜରଙ୍କ ଡିଟେଲ୍ ୭୦ ରୁ ୭୨ ଟଙ୍କାରେ ବିକ୍ରି କରୁଛନ୍ତି । ଅଧିକ ଡିଟେଲ୍ ପାଇଁ ରିହାତି ମଧ୍ୟ ଦିଆଯାଏ ।
୨ . କାସପସ୍କ୍ରି ଲ୍ୟାବର ସିନିୟର ସିକ୍ୟୁରିଟି ରିସର୍ଚ୍ଚରଙ୍କ କହିବାନୁସାରେ , ଡାଟା ହାକିଙ୍ଗ୍ ସମସ୍ତଙ୍କ ପାଇଁ ଏକ ବଡ ବିପଦ । ଏହା ବ୍ୟକ୍ତିଗତ ରୁପେ ହେଉ କିମ୍ବା ସାମାଜିକ ସ୍ତରରେ ଏଥିରେ ଅସାମାଜିକ ତତ୍ତ୍ୱକୁ ଫାଇଦା ମିଳିଥାଏ ।
୩ . ରିସର୍ଚ୍ଚ ମୁତାବକ ସାଇବର ସୁରକ୍ଷା ଦୂର୍ବଳ ହେଉଥିବାରୁ ଡାଟା ଚୋରି ମାମଲା ଦିନକୁ ଦିନ ବଢିଚାଲିଛି । ଏଥିରେ ୟୁଜରଙ୍କୁ ଆର୍ଥିକ ସ୍ତରରେ ଅସୁବିଧା ଉପୁଜିପାରେ । ଲୋକମାନେ ଅଲଗା ଅଲଗା ଖାତାରେ ଗୋଟିଏ ଆକାଉଣ୍ଟ୍ ବ୍ୟବହାର କରୁଥିବାରୁ ଏଥିରେ ହ୍ୟାକରଙ୍କ କାମ ଆହୁରି ସହଜ ହୋଇଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/hacker-money-670x335.jpg)
/kanak/media/post_attachments/wp-content/uploads/2018/12/rg3rIlgjdbccf-300x200.jpg)