କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର । ଘର ଘର ବୁଲି ଲୋକଙ୍କୁ ମନାଉଛନ୍ତି ପ୍ରାର୍ଥୀ । ତାହା ପୁଣି ବିଭିନ୍ନ ଶୈଳୀରେ । କିଛି ପ୍ରାର୍ଥୀଙ୍କ ନିଜ ଉପରେ ଢେର ଭରସା । ତାଙ୍କୁ ଲୋକେ ନିଶ୍ଚୟ ଭୋଟ ଦେବେ ବୋଲି ମନରେ ଆଶା । ଏପରି ଜଣେ ଦୃଢ ବିଶ୍ୱାସୀ ପ୍ରାର୍ଥୀ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ୨୩ ନଂ ଜୋନର ସର୍ବକନିଷ୍ଠ ଜିଲ୍ଲାପରିଷଦ ପ୍ରାର୍ଥୀ ଜିତେନ୍ଦ୍ର ସାହୁ ।
ଜିତେନ୍ଦ୍ର ସାହୁ । ମାତ୍ର ୨୪ ବର୍ଷ ବୟସରେ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । କଲେଜ ସମୟରୁ ରାଜନୀତି ପାଇଁ ମନ ବଳିଥିଲା । ସେବେଠୁ ତାଙ୍କ ମନରେ ରାଜନୀତିର ପ୍ରକୃତ ମୈଦାନକୁ ଓହ୍ଲାଇବାକୁ ସ୍ୱପ୍ନ ଥିଲା, ଯାହା ଚଳିତ ପଞ୍ଚାୟତ ନିର୍ବାଚନରେ ସଫଳ ହେବାକୁ ଯାଉଛି । କେନ୍ଦ୍ରରେ ସରକାର ଯେଉଁ ସରକାରୀ ଯୋଜନା ଯୋଗାଉଛନ୍ତି ତାକୁ ଲୋକଙ୍କ ପାଖରେ ପହଞ୍ଚାଉନାହାଁନ୍ତି ରାଜ୍ୟ ସରକାର । ତେଣୁ ଜଣେ ଯୁବ ନେତା ଭାବେ ଲୋକଙ୍କୁ ତାଙ୍କ ହକ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଜିତେନ୍ଦ୍ର ।
ତାଙ୍କ ବିରୋଧରେ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତି । ହେଲେ ସେମାନଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି ଜିତେନ୍ଦ୍ର । ତେବେ ଜଣେ ଯୁବ ପ୍ରାର୍ଥ ଭାବେ ତାଙ୍କର ଯୋଶ୍ ଲୋକଙ୍କୁ ନିଶ୍ଚୟ ପ୍ରଭାବିିତ କରିବ । ଏବଂ ତାଙ୍କର ବିଜୟ ନିର୍ବାଚନ ମଣ୍ଡଳୀରେ ବଡ ପରିବର୍ତ୍ତନ ଆଣିବ ବୋଲି ବେଶ୍ ଆଶାବାଦୀ ଅଛନ୍ତି ଜିତେନ୍ଦ୍ର ।ସବୁଠୁ କମ୍ ବୟସରେ ରାଜନୀତିକୁ ଓହ୍ଲାଇଥିବା ଜିତେନ୍ଦ୍ରଙ୍କ ଭାଗ୍ୟ ତାଙ୍କୁ କେଉଁ ଆଡକୁ ନେଇଯିବ ତାହା କେବଳ ଲୋକଙ୍କ ସମର୍ଥନ ନିର୍ଭର କରୁଛି ।