କନକ ବ୍ୟୁରୋ : ନିଶ୍ଚିତକୋଇଲିରେ ମର୍ମନ୍ତୁଦ ବସ୍-ଟ୍ରକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଯିଏ ନିଜ ସାନ ଭଉଣୀଙ୍କୁ ନେଇ ହସ୍ପିଟାଲକୁ ଯାଉଥିଲେ । କିନ୍ତୁ ଏହି ଯାତ୍ରା ଯେ, ସାନ ଭଉଣୀର ଶେଷ ଯାତ୍ରା ହେବ ତାହା କେବେ ଭାବିନଥିଲେ ବଡଭଉଣୀ । ଅସୁସ୍ଥ ବଡ ଭଉଣୀଙ୍କୁ କଟକ ବଡ ମେଡିକାଲକୁ ନେଇ ଯାଉଥିଲେ ସାନ ଭଉଣୀ । ହେଲେ ବିଧିର ବିଧାନ କେଡେ ବିଚିତ୍ର । ଡାକ୍ତରଖାନାରେ ପହଞ୍ଚିବା ଆଗରୁ ଘଟିଲା ବଡ ଦୁର୍ଘଟଣା । ବଡ ଭଉଣୀ ଉଦ୍ଧାର ହୋଇଥିବା ବେଳେ ସାନ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଛି ।
ଦୁଇ ଭଉଣୀ ଥିବା ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବଡ ଭଉଣୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବସରେ ଫଶିଥିବା ସମୟରେ କଥା ହେଉଥିଲେ ସାନ ଭଉଣୀ । କିନ୍ତୁ ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ସାନ ଭଉଣୀଙ୍କୁ ଏତେ ଶୀଘ୍ର ଉଦ୍ଧାର କରିବା ସହଜ ନଥିଲା । ତଥାପି ଗ୍ୟାସ କଟର ସାହଯ୍ୟରେ ବସକୁ କାଟି ସାନ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସାନଭଉଣୀର ମୃତ୍ୟୁ ଖବର ଶୁଣିବା ପରେ ବଡଭଉଣୀ ଏକପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି ।
Follow Us