କନକ ବ୍ୟୁରୋ: ଘରୋଇ କଳିକୁ ନେଇ ଭାଇକୁ ଗୁଳି ମାଡ କଲା ଭାଇ । ସୁନ୍ଦରଗଡ କିଞ୍ଜିରକେଲା ଥାନା ପାତକିଯୋର ଦାଣ୍ଡପାଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସାନ ଭାଇର ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ବଡ ଭାଇକୁ ପ୍ରଥମେ କିଞ୍ଜିରକେଲା ମେଡିକାଲ ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Advertisment

ଘରୋଇ କଳିକୁ ନେଇ ଦାଣ୍ଡପାଣି ଗାଁର ବାସୁଦେବ ସାଙ୍କ ସହ ସଂପର୍କୀୟ ସାନ ଭାଇ ସୁନୀଲ ସାଙ୍କର ଝଗଡା ହୋଇଥିଲା । ଯୁକ୍ତିତର୍କ ପରେ ଉତେଜନା ବଢିବାରୁ ବନ୍ଧୁକ ଆଣି ବାସୁଦେବଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗାଁଲୋକେ ସୁନୀଲକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି । କିଞ୍ଜିରକେଲା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।