କନକ ବ୍ୟୁରୋ: ରାଜଧାନୀରେ ଏକ ଭଡ଼ା ଘରୁ ଯୁବତୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବତୀଙ୍କ ନା କଶିସ୍ ଓ ଘର ଉତ୍ତରପ୍ରଦେଶ ବୋଲି ସୂଚନା ମିଳିଛି ।

Advertisment

ଭଡ଼ାଟିଆଙ୍କ କହିବା ଅନୁସାରେ, ଉକ୍ତ ଯୁବତୀଙ୍କୁ ଘରୋଇ କେୟାର ଟେକର ଭାବେ ରଖିଥିଲେ । ସୋମବାର ଦିନ ସନ୍ଧ୍ୟା ବେଳେ କୌଣସି କାମରେ ପରିବାର ଲୋକ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ବେକରେ ଦଉଡି ଦେଇ ଫ୍ୟାନରେ ଝୁଲି ପଡ଼ିଥିଲେ । ଘର ବାହାର ପଟୁ ତାଲା ପଡ଼ିଥିବା ବେଳେ ଭିତରେ ମୃତ ଦେହ ଥିବା ଦେଖି ପଡ଼ୋଶୀ ଖବର ଦେଇଥିଲେ । ପୋଲିସ କୁ ଖବର ଦେବା ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।