ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରୁ ଡ଼େଇଁପଡ଼ିଲେ ରୋଗୀ : ଜ୍ୱର ଓ ପାଟି ଘା ଯୋଗୁଁ ଭର୍ତ୍ତି ହୋଇଥିଲେ ୨୮ ବର୍ଷୀୟା ରଜନୀ ମେଲେକା

166

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଆତ୍ମହତ୍ୟା । ଗତରାତି ପ୍ରାୟ ୪ଟା ସମୟରେ ହସ୍ପିଟାଲର ତୃତୀୟ ମହଲାରେ ଥିବା ଶୌଚାଲୟରୁ ଝରକା କାଚ ଭାଙ୍ଗି ଡେଇଁ ପଡିଥିଲେ ଯୁବତୀ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ସେ ଗତ ୭ ତାରିଖରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତାଙ୍କ ନାଁ ରଜନୀ ମେଲକା, ବୟସ ୨୮ ବର୍ଷ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଜ୍ୱର ହେବା ସହ ତାଙ୍କର ପାଟିରେ ଘା ହୋଇଥିଲା । ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ରୋଗୀ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସନ୍ଧାନ ଚଳାଇଛି ।