କିଏ ଏହି ଯୁବା ସନ୍ୟାସିନୀ? ୨୧ ବର୍ଷ ବୟସ ବୟସରେ ଯାହାଙ୍କ ଲକ୍ଷ ଲକ୍ଷ ଭକ୍ତ ।

96

ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । କିନ୍ତୁ ପରିସ୍ଥିତିରେ ପଡି ହେଉ କିମ୍ବା ସମାଜର ଦ୍ରୁତଗାମୀ ସ୍ରୋତରେ ପାଠପଢା-ଚାକିରୀ ପାଇଁ ପ୍ରସ୍ତୁତି-ଚାକିରୀ-କ୍ୟାରିୟର-ବୈବାହିକ ଜୀବନ ଏହା ଭିତରେ ଆମେ ଛନ୍ଦି ହୋଇ ପଡୁ । ଏହା କେବଳ ଜଣେ ଦୁଇଜଣଙ୍କ କଥା ନୁହଁ ଭାରତରେ ଜନ୍ମ ହେଉଥିବା ପ୍ରାୟତଃ ୯୦ ପ୍ରତିଶତ ଲୋକ ଏହି ପଥର ପଥିକ । କିନ୍ତୁ ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଭିଡ ଭିତରୁ ବାହାରି କିଛି ଅଲଗା କରିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି । ସେମାନେ ଯେଉଁଠାକୁ ଯାଆନ୍ତି ସେଠାରେ ତାଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଆଜି ଆମେ ଏହିଭଳି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ ଯିଏ ମାତ୍ର ୨୧ ବର୍ଷ ବୟସରେ ସନ୍ୟାସିନୀ ହୋଇ ଲୋକଙ୍କ ସେବା କରିବାରେ ଲାଗି ପଡିଛନ୍ତି । ନାଁ ତାଙ୍କର ଜୟା କିଶୋରୀ । ରାଜସ୍ଥାନର ସୁଜାନଗଡରେ ରହୁଥିବା ଜୟା ୧୯୯୬ ମସିହାରେ ଏକ ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲେ । ଘରେ ପୁଜାପାଠର ମାହୋଲ ଥିବାରୁ ପିଲାଦିନରୁ ହିଁ ତାଙ୍କ ପାଟିରେ ସଂସ୍କୃତର ଲିଙ୍ଗଷ୍ଟକମ,ରାମାଷ୍ଟକମ୍,ଶିବ ତାଣ୍ଡବ ସ୍ତୋତ୍ରମ ଆଦି ଉଚ୍ଚାରଣ କରୁଥିଲେ । ୧୦ ବର୍ଷ ବୟସରେ ଉପନୀତ ହେଲାବେଳକୁ ଲୋକଙ୍କ ଧ୍ୟାନ ଜୟାଙ୍କ ଉପରକୁ ଗଲା । ବର୍ତ୍ତମାନ ସେ କଲିକତା ମହାଦେବୀ ବିଡଲା ୱାର୍ଲଡ ଏକାଡେମୀରେ ଅଧ୍ୟୟନରତ । ଜୟାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ମୋହ ଦେଖି ପଣ୍ଡିତ ଗୋବିନ୍ଦଦାସ ମିଶ୍ର ତାଙ୍କୁ ଦିକ୍ଷା ଦେବାସହ ‘ରାଧା’ ନାମରେ ଡାକୁଥିଲେ । ‘କିଶୋରୀ ଜୀ’ ଉପାଧି ପ୍ରାପ୍ତ ଜୟା ଲୋକଙ୍କ ମଧ୍ୟରେ କିଶୋରୀ ନାମରେ ଖ୍ୟାତ । ଜୟା ଭକ୍ତଙ୍କ ଶାନ୍ତି ନିମନ୍ତେ ସତସଙ୍ଗ୍ ରଖନ୍ତି ଏବଂ ଏହି ସତସଙ୍ଗରୁ ଦାନ ସ୍ୱରୁପ ଯେତିକି ଦକ୍ଷିଶଣା ଆଦାୟ ହୁଏ ତାହାକୁ ସେ ଉଦୟପୁରର ନାରାୟଣ ସେବା ଟ୍ରଷ୍ଟକୁ ଦାନ କରନ୍ତି । ଏହି ଟ୍ରଷ୍ଟ ଦିବ୍ୟାଙ୍ଗ,ଏସିଡ୍ ପୀଡିତ,କ୍ୟାନ୍ସର ପୀଡିତ ଏବଂ ଦୁଃସାଧ୍ୟ ରୋଗୀଙ୍କ ଚିକିତ୍ସାରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାଏ ।