ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି କରିବେ ତଦନ୍ତ ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିହିଡି ମାହାଳିକ ସାହିରେ ଅମାନବୀୟ କାର୍ଯ୍ୟ କରିଥିବା ଅଭିଯୋଗ

692

କନକ ବ୍ୟୁରୋ : ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣାରେ ତଦନ୍ତ ନିର୍ଦେଶ । ଭଦ୍ରକ ତିହିଡିରେ ଘଟିଥିବା ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଲେ ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ । ତିହିଡି ତହସିଲଦାର ଓ ଆଇଆଇ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିହିଡ଼ି ଥାନା ଅନ୍ତର୍ଗତ ବାଉଁଶବାଗ ଗାଁ ମହାଲିକ ସାହିରେ ମାନବିକତାର ସବୁ ସୀମା ଟପିଗଲେ କିଛି ବ୍ୟକ୍ତି । ଯୁବକଂକୁ ଲଣ୍ଡା କରି ତାଙ୍କ ବେକରେ ଜୋତାମାଳ ପିନ୍ଧାଇ, ପରିତ୍ସା ପିଆଇ, ଚୁନକାଳି ବୋଳି ଗାଁ ଦାଣ୍ଡର ବୁଲାଇ ଥିଲେ । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଘରୁ ଟାଣି ଆଣି କେତେକ ଲୋକେ ନିସ୍ତୁକ ମାଡ ମାରିଥିଲେ । ଆଉ ଏହି ସମୟରେ ଯୁବକ ଜଣକ ପାଣି ମାଗିବାରୁ ଉତ୍ୟକ୍ତ ଲୋକେ ତାଙ୍କୁ ପରିତ୍ସା ପିଆଇଥିଲେ ।

ସେତିକିରେ କଥା ସରିନଥିଲା, ଗାଁ ମୁଣ୍ଡରେ ଯୁବକକୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ, ତାଙ୍କ ମୁହଁରେ ଚୁନ ବୋଳି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେବା ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଯୁବକଙ୍କ ପତ୍ନୀ ଏ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ନେଇ ତିହିଡି ଥାନାରେ ଅଭିଯୋଗ ହୋଇଛି ।