କନକ ବ୍ୟୁରୋ : ଭାରତୀୟ ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥାକୁ ମାନିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହାପଛର କାରଣ କହିଛନ୍ତି ଅର୍ଥମନ୍ତ୍ରୀ । ଓଲା ଏବଂ ଉବେର ଭଳି ଟାକ୍ସି ସେବା ଉପରେ ବର୍ତମାନର ଯୁବପୀଢି ଅଧିକ ନିର୍ଭର କରୁଥିବାରୁ ଗାଡି କିଣିବାକୁ ପସନ୍ଦ କରୁନାହାନ୍ତି । ନୂଆ ସହସ୍ରାଦ୍ଧୀରେ ଜନ୍ମ ହୋଇଥିବା ପିଲାମାନଙ୍କର ମାନସିକତାରେ ପରିବର୍ତନ ଆସିଛି । ସେମାନେ କାର୍ ବା ଗାଡି କିଣି ଇଏମଆଇ ବା ଋଣ ବାବଦ ମାସିକ କିସ୍ତି ଦେବା ବଦଳରେ ଓଲା ଏବଂ ଉବର ବ୍ୟବହାରକୁ ପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ ନୂଆ ପୀଢିର ପିଲାମାନେ ମେଟ୍ରୋରେ ଯାତାୟତ କରିବାକୁ ମଧ୍ୟ ପସନ୍ଦ କରୁଛନ୍ତି ।
ଏସବୁ କାର୍ ବିକ୍ରି ମନ୍ଥରତାର କାରଣ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ମୋଦି ୨.୦ ସରକାରଙ୍କ ୧୦୦ ଦିନ ପୂର୍ତି ଅବସରରେ ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ଅଟୋମୋବାଇଲ୍ ଶିଳ୍ପରେ ଦେଖାଦେଇଥିବା ବିକ୍ରି ହ୍ରାସ ପାଇଁ ଦେଶରେ ଓଲା, ଉବରର ପ୍ରଚଳନ, ନୂଆ ସରସ୍ରଦ୍ଦୀରେ ଜନ୍ମ ହୋଇଥିବା ପିଲାଙ୍କ ମାନସିକତାରେ ପରିବର୍ତନ, ଭାରତ ଷ୍ଟେଜ୍-୬ ନିୟମ ଏବଂ ପଂଜୀକରଣ ଶୁଳ୍କ ବୃଦ୍ଧି ପ୍ରସଙ୍ଗକୁ ଦାୟୀ କରିଛନ୍ତି ।
ଗତ କିଛି ମାସ ଧରି ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥା ଲାଗି ରହିଛି । ଯେତିକି ପରିମାଣରେ ଗାଡି ବିକ୍ରି ହେବା କଥା ତାହା ହେଉନାହିଁ । ଏପିରିକି ପୂଜା ସିଜିନ ଆସୁଥିଲେ ମଧ୍ୟ ଗାଡି ବିକ୍ରିରେ ସେପରି ଉନ୍ନତି ପରିଲକ୍ଷିତ ହେଉନାହିଁ । ସ୍ଥିତି ଏପରି ହୋଇଛି ଯେ କିଛି କମ୍ପାନି ଉତ୍ପାଦନ ବନ୍ଦ କରିଛନ୍ତି । ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/e86glijg_nirmala-sitharaman_625x300_25_August_18.jpg)