କନକ ବ୍ୟୁରୋ : ୩ ଦିନ ହେଲା ଶବ ପଡିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଡାକ୍ତରଖାନାରେ । ଘରକୁ ଆସିପାରୁନି ଶବ । ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣା କେଜିଏଚ ଡାକ୍ତରଖାନାରେ, ପାରଳାଖେମୁଣ୍ଡି ରାମନଗର ଅଂଚଳର ସମ୍ପଦ ଚକ୍ରବର୍ତିଙ୍କ ପରଲୋକ ଘଟିଥିଲା । ମୃତ୍ୟୁର ୩ ଦିନ ପରେ ବି ଡାକ୍ତରଖାନା ଶବ ଦେଉନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏନେଇ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଗୁହାରି କରି ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହେବା ସହିତ ପ୍ରଶାସନକୁ ଗୁହାରି କରିଛନ୍ତି ମୃତକଙ୍କ ପରିବାର ଲୋକ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
  
 Follow Us