କନକ ବ୍ୟୁରୋ : ୩ ଦିନ ହେଲା ଶବ ପଡିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଡାକ୍ତରଖାନାରେ । ଘରକୁ ଆସିପାରୁନି ଶବ । ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣା କେଜିଏଚ ଡାକ୍ତରଖାନାରେ, ପାରଳାଖେମୁଣ୍ଡି ରାମନଗର ଅଂଚଳର ସମ୍ପଦ ଚକ୍ରବର୍ତିଙ୍କ ପରଲୋକ ଘଟିଥିଲା । ମୃତ୍ୟୁର ୩ ଦିନ ପରେ ବି ଡାକ୍ତରଖାନା ଶବ ଦେଉନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏନେଇ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଗୁହାରି କରି ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହେବା ସହିତ ପ୍ରଶାସନକୁ ଗୁହାରି କରିଛନ୍ତି ମୃତକଙ୍କ ପରିବାର ଲୋକ ।
୩ ଦିନ ହେଲା ଗଜପତିର ଯୁବକଙ୍କ ଶବ ଛାଡୁନି ଆନ୍ଧ୍ର ଡାକ୍ତରଖାନା : ଶବ ପାଇବାକୁ ଗୁହାରି କରି ବିଫଳ ହେବାରୁ ପାରଳାଖେମୁଣ୍ଡିରେ ପ୍ରଶାସନ ନିକଟରେ ଗୁହାରି
/kanak/media/post_attachments/wp-content/uploads/2020/11/19-3.jpg)