ଚିତରଞ୍ଜନଙ୍କ ଅଣ୍ଡାଦିଆ କୁକୁଡ଼ା ପାଳନକୁ ନେଇ ଚର୍ଚ୍ଚା: ଫାର୍ମରେ ରଖିଛନ୍ତି ଏକ ହଜାରରୁ ଅଧିକ କୁକୁଡ଼ା

100

କନକ ବ୍ୟୁରୋ: ଯୁବ ଉଦ୍ୟୋଗି ଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବା ପାଇଁ ପିଞ୍ଜରା ରେ ଅଣ୍ଡା ଦିଆ କୁକୁଡ଼ା ପାଳନ । ଅଣ୍ଡା ପାଇଁ ଆନ୍ଧ୍ର ଉପରୁ ନିର୍ଭରଶୀଳତା କମ କରିବା ଓ ଲୋକଙ୍କୁ ସ୍ୱରଜଗାର କରିବା ଲକ୍ଷ ନେଇ ରାଜ୍ୟ ସରକାର ପ୍ରାଣୀ ସମ୍ପଦ ଯୋଜନା ଭିତରୁ ଏହି ପିଞ୍ଜରା ରେ ଅଣ୍ଡା ଦିଆ କୁକୁଡ଼ା ପାଳନ ପାଇଁ ଆରମ୍ଭ କରିଥିବା ଯୋଜନା କୁ ଆପଣେଇ ସ୍ୱରାଜଗାର ର ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଯୁବ ଉଦ୍ୟୋଗୀ ।

ନବରଙ୍ଗପୁର ଜିଲ୍ଲା ଉମରକୋଟର ଯୁବ ଚାଷୀ ଚିତରଞ୍ଜନ ପରିଡା । କିଛି ବର୍ଷ ହେଲା ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଆସୁଥିବା ବେଳେ ଏବେ ଅଣ୍ଡାଦିଆ କୁକୁଡ଼ା ପାଳନ ଆରମ୍ଭ କରିଛନ୍ତି । ଏଥିପାଇଁ ୧୨ ଶହ ସ୍କ୍ୱାୟାର ଫୁଟ ଜାଗାରେ ଗୋଟିଏ ଘର ତିଆରି କରାଯାଇଛି, ଭଦ୍ରକରୁ କାରିଗର ଆସି ତିଆରି କରିଛନ୍ତି । ଏହି ଘରେ ବର୍ତମାନ ରହୁଛନ୍ତି ଏକ ହଜାର କୁକୁଡ଼ା ।

ଏହି କୁକୁଡ଼ାର ବିଶେଷତ୍ୱ ହେଲା, ଗୋଟିଏ କୁକୁଡ଼ା ୨ ବର୍ଷ ଯାଏଁ ଅଣ୍ଡା ଦେଇଥାଏ । ଏପରିକି ଗୋଟିଏ କୁକୁଡ଼ା ବର୍ଷକୁୁ ୩୨୦ଟି ଅଣ୍ଡା ଦିଏ । ଅଣ୍ଡା ଦିଆ କୁକୁଡ଼ା ପାଳନ ପାଇଁ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ଯୋଜନା ଅଧୀନରେ ତାଙ୍କୁ ସହାୟତା ମିଳିଛି । ଚିତରଞ୍ଜନଙ୍କ ଏହି ପ୍ରକଳ୍ପ ପାଇଁ ୭ ଲକ୍ଷ ୫୯ ହଜାର ଟଂକା ବ୍ୟୟ ଅଟକଳ ହୋଇଥିବା ବେଳେ ଏଥିରୁ ୩ ଲକ୍ଷ ୩ ହଜାର ସରକାରୀ ସହାୟତା ରାଶି ମିଳିଛି ।

ପ୍ରତିଦିନ ଗୋଟିଏ କୁକୁଡ଼ା ପିଛା ୩ ଟଂକା ୧୦ ପଇସା ଖର୍ଚ୍ଚ ହେଉଛି । ଉମରକୋଟ ଅଂଚଳରେ ଏପରି ଫାର୍ମ ପ୍ରଥମ କରି ହୋଇଛି । ପୂର୍ବରୁ ଉମରକୋଟକୁ ଆନ୍ଧ୍ରରୁ ଅଣ୍ଡା ଆସୁଥିଲା । ଏବେ ଲୋକଙ୍କୁ କମ୍ ମୂଲ୍ୟରେ ଅଣ୍ଡା ମିଳୁଛି ।