କନକ ବ୍ୟୁରୋ : ଷ୍ଟେଜ ସୋରୁ ବାହାବେଦୀ । ପ୍ରଥମେ ଦେଖା ଚାହାଁ, ତାପରେ ପ୍ରେମ, ଆଉ ସଂପର୍କ ନେଲା ବାହାଘରର ରୂପ । ପ୍ରେମରୁ ସିନ୍ଦୁରକୁ ଆସିଥିବା ଏହି ଏହି ବାହାଘର ଏବେ ଅନୁଗୁଳ ଅଂଚଳରେ ଚର୍ଚାର ବିଷୟ ହୋଇଛି ।
ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଏମିତି ଏକ ପ୍ରେମ କାହାଣୀ ଏବେ ବାହାଘରର ରୂପ ନେଇଛି । ଅନୁଗୁଳରେ କିନ୍ନର ପ୍ରେମିକାକୁ ବିବାହ କରିଛନ୍ତି ପ୍ରେମିକ ବର । ଅନୁଗୁଳ ବୁଢି ଠାକୁରାଣୀ ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି ବିବାହ ।
ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରିଥିବାରୁ ଏହି ବାହାଘର ଏବେ ଚର୍ଚାକୁ ଆସିଛି । ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖାଚାହଁ। , ତା ପରେ ମନ ଦିଆ ନିଆ, ୫ ବର୍ଷର ଭଲ ପାଇବା ପରେ ଏବେ ସାରା ଜୀବନ ପାଇଁ ଚିନ୍ମୟୀଙ୍କୁ ଜୀବନ ସାଥୀ କରିଛନ୍ତି ବବୁଲୁ । ଆଉ ବିବାହ ପରେ ଏକ ଅନାଥ ଆଶ୍ରମରୁ ଶିଶୁ କୁ ପୋଷ୍ୟ କରି ଜୀବନ ବାଟ ଚାଲିବାକୁ ସ୍ୱପ୍ନ ଦେଖିଛନ୍ତି ଏହି ପ୍ରେମୀ ଯୁଗଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/6-28.jpg)