ନୂଆପଡାରେ ଚମତ୍କାର: ଟ୍ରାକରେ ଶୋଇ ରହିଲେ ଯୁବକ, ଉପରେ ଚାଲିଗଲା ଟ୍ରେନ୍; ୧୬ ବଗି ପାର ହେବା ପରେ ବି ଅକ୍ଷତ, ଉଦ୍ଧାର କଲେ ଆରପିଏଫ ଯବାନ୍

425

କନକ ବ୍ୟୁରୋ : ରଖେ ହରି ତ ମାରେ କିଏ । ଏହି କଥାର ସତ୍ୟତା ଦେଖିବାକୁ ମିଳିଛି ନୂଆଁପଡ଼ା ଜିଲ୍ଲାରେ । ଟ୍ରେନ ତଳୁ ବଂଚିଗଲା ଜୀବନ । ଜୀବନ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲେ ଆରପିଏଫ ଯବାନ । ଆପଣ ମାନେ ଭାବନ୍ତୁ ତ ଆପଣ ଯେତେବେଳେ ପ୍ଲାଟଫର୍ମରେ ଠିଆ ହୋଇଥାନ୍ତି ଟ୍ରେନ ଆସିଲେ ଆପଣ ଦୂରକୁ ଚାଲିଆସନ୍ତି । କାହିଁକି ନା ଟ୍ରେନର ବେଗ ସହିତ ପବନର ବେଗ ଏତେ ଦ୍ରୁତ ଥାଏ ଯେ ମଣିଷକୁ ଉଡାଇନେଇଯିବା ଭଳି ଲାଗୁଥାଏ । ହେଲେ ଜଣେ ଯୁବକ ଟ୍ରେନ ତଳେ ଶୋଇ ରହିବ ଓ ତା ଉପରେ ଟ୍ରେନ ଚାଲିଯିବ ପୁଣି ସେ ଅକ୍ଷତ ରହିବ ଏକଥା ଭାବିବା ଏକ ଭ୍ରମ ଧାରଣା ।

ଏକଥା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ୍ ଲାଇନରେ ଶୋଇଥିବା ବେଳେ ତା ଉପରେ ୧୬ ଟି ବଗି ପାସ୍ କରିଥିଲା ହେଲେ ଯୁବକ ଜଣକ ଅକ୍ଷତ ଅବସ୍ଥାରେ ଥିଲେ । ସୂଚନା ମୁତାବକ ନୂଆ ପଡ଼ା ଜିଲ୍ଲା ଖରିଆର ରୋଡ଼ ଅନ୍ତର୍ଗତ ଗୌତମା ଗାଁର ଜଣେ ଯୁବକ ଘରେ ପାଟିତୁଣ୍ଡ କରି ଘରୁ ବାହାରି ଆସିଥିଲେ । ଜୀବନ ହାରିବା ପାଇଁ ମାଲବାହୀ ଟ୍ରେନ ଆସୁଥିବା ଦେଖି ଟ୍ରାକରେ ଶୋଇ ଯାଇଥିଲେ । ଲୋକ ପାଇଲଟ ହର୍ଣ୍ଣ ମାରିବା ସହ ଜରୁରୀକାଳୀନ ବ୍ରେକ ମଧ୍ୟ ଦେଇଥିଲେ । ସେତେବେଳକୁ ୪୨ରୁ ୧୬ଟି ବଗି ଯୁବକଙ୍କ ଉପରେ ଅତିକ୍ରମ କରିସାରିଥିଲା । ଯୁବକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ହେଲେ ସେ ବେହୋସ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଁ ଯାଇଥିଲା ସେଠାରେ ଚିକିତ୍ସା ପରେ ଯୁବକଙ୍କ ହୋସ ଆସିଥିଲା । ତାଙ୍କ ପରିବାର ଲୋକ ହସ୍ପିଟାଲରେ ପହଂଚି ଯୁବକଙ୍କୁ ବୁଝାସୁଝା କରି ଘରକୁ ନେଇଛନ୍ତି ।