କନକ ବ୍ୟୁରୋ: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାତୀଖୁଲୁ ଗାଁର ଦୁର୍ଗା ଚରଣ ସିଂହ । ସେ ତାଙ୍କ ପତ୍ନୀଙ୍କ ସହ ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ପତ୍ନୀ ଦୌଡ଼ି ଗାଁକୁ ପଳାଇଥିବା ବେଳେ ଦୁର୍ଗା ଏକ ଗଛ ଉପରକୁ ଚଢି ଯାଇଥିଲେ । ତାଙ୍କ ପାଦରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ଔପଦାରେ ଭାଲୁ ଆତଙ୍କ ।
/kanak/media/post_attachments/wp-content/uploads/2023/12/222.jpg)