ମଧ୍ୟପ୍ରଦେଶର ଭୋପାଳର ବିଦିଶାସ୍ଥିତ ନଟେରନ୍ ତହସିଲର ବେଲାନରା ଗ୍ରାମର ଲୋକମାନେ ମଙ୍ଗଳବାର ସଡ଼କ ନିର୍ମାଣ କରିବା ପାଇଁ ଦାବି ନେଇ ବିଦିଶା-ଅଶୋକନଗର ହାଇେଓ୍ଵରେ ହଙ୍ଗାମା କରିଥିଲେ। କାରଣ ଏହି ରାସ୍ତାରେ ଖାଲଢ଼ିପ ହେତୁ ଯାତାୟାତ ସମୟରେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେହି କିଛି ଶୁଣି ନଥିଲେ। ଏଥିରେ ଉତ୍ତୋଜିତ ହୋଇ ଗ୍ରାମର ଜଣେ ବାସିନ୍ଦା ହାକମ ସିଂହ ରଘୁବଂଶୀ ସଡ଼କ ନିର୍ମାଣ ଦାବି ନେଇ ଗଛରେ ଚଢ଼ି ଯାଇଥିଲେ। ଗଛରେ ଚଢ଼ି ସେ ଫାସୀ ଲଗାଇ ପାଇଁ ଧମକ ଦେବା ସହିତ ରାସ୍ତା ମରାମତି କାମ ଆରମ୍ଭ କରିବା ପାଇଁ ଜିଦ ଧରି ବସିଥିଲେ।
ଘଟଣାସ୍ଥଳରେ ଥିବା ଟିଆଇ, ତହସିଲଦାର ଓ ଜନପଦର ସିଇଓ ଗ୍ରାବବସୀ ହାକମ ସିଂହ ରଘୁବଂଶୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବ୍ୟକ୍ତି ଜଣକ ସେ ପର୍ୟ୍ୟନ୍ତ ଗଛରୁ ଓହ୍ଲାଇବେ ନାହିଁ ସେପର୍ୟ୍ୟନ୍ତ ରାସ୍ତା ମରାମତି କାମ ତତ୍କାଳ ଆରମ୍ଭ ହୋଇ ନାହିଁ। ଅନ୍ୟପଟେ ଗ୍ରାମବସୀ ରାସ୍ତାରେ ଗଛଡାଳ ପକାଇ ଯାତାୟାତକୁ ଅବରୋଧ କରି ବସିଥିଲେ। ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ପ୍ରଦର୍ଶନ ପାଇଁ ୪କିମି ପର୍ୟ୍ୟନ୍ତ ରାସ୍ତା ଜାମ ହୋଇ ରହିଥିଲା। ଅଧିକାରୀ କୌଣସି ଉପାୟ ନପାଇ ସଙ୍ଗେସଙ୍ଗେ ଦ୍ୱିପହର ସମୟରେ ରାସ୍ତା ମରାମତି କାମ ଆରମ୍ଭ କରିଥିଲେ। ଏହାପରେ ଗ୍ରାବବସୀ ରାସ୍ତା ଅବରୋଧରୁ ହଟି ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/mpcg-ci1199232-large-750x430.jpg)
/kanak/media/post_attachments/wp-content/uploads/2018/09/Untitled-3-9-300x160.jpg)