ପୁଣି ସୁନ୍ଦରୀ ସାଇବର ଠକର ଟ୍ରାପରେ ଆସିଲେ ଯୁବକ : ପ୍ରଥମେ ବନ୍ଧୁତ୍ୱ ପରେ ଭିଡିଓ କଲ, ଅଶ୍ଲୀଳ ଭିଡିଓ ପଠାଇ ବ୍ଲାକମେଲ କରି ଟଙ୍କା ମାଗୁଛନ୍ତି ଠକ

306

କନକ ବ୍ୟୁରୋ : ସାଇବର ଠକଙ୍କ ମୋହରା ସାଜିଛନ୍ତି ସୁନ୍ଦରୀ । ଆଉ ଏହି ସୁନ୍ଦରୀଙ୍କ ଟ୍ରାପରେ ପଡୁଛନ୍ତି ଯୁବକ । ବନ୍ଧୁତ୍ୱ ନାଁରେ ବ୍ଲାକମେଲ କରୁଛନ୍ତି ଯୁବତୀ । ରାଜଧାନୀରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ରାଜଧାନୀରେ ଜଣେ ଯୁବକଙ୍କ ପାଖକୁ ହଠାତ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଆଉ ଏହାକୁ ଗ୍ରହଣ କରିବା ପରେ ଚାଲିଥିଲା ଚାଟ । ଚାଟ ପରେ ହ୍ୱାଟ୍ସଅପରେ ଆସିଥିଲା ଭିଡିଓ କଲ । ଯୁବକ ସୁନ୍ଦରୀ ବନ୍ଧୁଙ୍କ ଭିଡିଓ କଲ ଉଠାଇବା ପରେ ଅଶ୍ଲୀଳ ଭିଡିଓ ଆସିଲା । ଏହା ଦେଖି ଯୁବକ ଜଣକ ହଠାତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏବେ ସାଇବର ଠକ ଟଙ୍କା ମାଗୁଛନ୍ତି । ଯୁବକଜଣକ ସାଇବର ଠକଙ୍କ ଟ୍ରାପରେ ଆସିଯାଇଛନ୍ତି । ଏବେ ଏଭଳି ଅନେକ ଯୁବକ ଏଭଳି ବ୍ଲାକମେଲର ଶୀକାର ହୋଇଛନ୍ତି । ଅନ୍ୟପଟେ ସାଇବର ବିଶେଷଜ୍ଞ କହିଛନ୍ତି ସୁନ୍ଦରୀ ଯୁବତୀଙ୍କୁ ଟ୍ରାପରେ ପକାଇ ଠକେଇ କରୁବାକୁ ସେକ୍ସଟର୍ସନ କୁହାଯାଏ । ଏଥିରେ ୫ରୁ ୬ଟି ସ୍ତର ରହିଛି । ଅନଲାଇନରେ ବିଭିନ୍ନ ଉପାୟରେ ଯୁବକଙ୍କ ଯୋଗାଯୋଗ କରି ସୁନ୍ଦରୀ ଯୁବତୀଙ୍କୁ ଅସ୍ତ୍ର କରି ବନ୍ଧୁତା ବଢାଇ ଠକମାନେ ଅର୍ଥ ଶୋଷଣ କରନ୍ତି ।