ବିମାନ ଚକା ଉପରେ ବସି ଅଢେଇ ଘଣ୍ଟାର ଯାତ୍ରା । ତଥାପି ସୁରକ୍ଷିତ !

293

କନକ ବ୍ୟୁରୋ: ଜୀବନକୁ ପାଣି ଛଡାଇ ବିମାନର ଚକ ବା ଲ୍ୟାଣ୍ଡିଙ୍ଗ ଗିଅର ଉପରେ ବସି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ଯୁବକ । ଆମେରିକାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅଢେଇ ଘଣ୍ଟା ଧରି ବିମାନର ଚକା ଉପରେ ବସି ଯାତ୍ରା । ଏହାପରେ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଓହ୍ଲାଇଲେ ଯୁବକ । ଏହି ଦୃଶ୍ୟ ବିମାନ ବନ୍ଦରରେ ଥିବା ସମସ୍ତଙ୍କ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାପରେ ଯୁବକଙ୍କ ଏହି ଯାତ୍ରାକୁ ‘ମୃତ୍ୟୁର ଯାତ୍ରା’ ଭାବେ ଅଭିହିତ କରାଯାଇଛି ।

‘ଦ ଡେଲି ମେଲ’ର ରିପୋର୍ଟ ମୁତାବକ, ଆମେରିକା ଗୁଏତମାଲାରୁ ଉଡାଣ ଆରମ୍ଭ କରିଥିଲା ଏହି ବିମାନ । ହେଲେ ଯାତ୍ରୀଙ୍କ ମଧ୍ୟରୁ ଜଣେ ବିମାନର ଚକା ଉପରେ ବସି ଯାତ୍ରା କରିଥିଲା, ଯାହା ବାବଦରେ ସେଠିକାର କୌଣସି କର୍ମଚାରୀ ଜାଣିପାରିନଥିଲେ । ସେଠାରୁ ମିଆମି ପହଞ୍ଚିବାକୁ ବିମାନଟିକୁ ଅଢେଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏତେ ସମୟ ଧରି ଯୁବକ ଜଣକ ଏୟାର ଗିୟର ପାଖରେ ଖୋଲା ଆକାଶରେ ଉଡି ଯାତ୍ରା କରିଥିଲା । ବିମାନଟି ୩୩,୦୦୦ ଫୁଟ ଉଚ୍ଚରେ ଉଡୁଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏତ ଉଚ୍ଚରେ ଥାଇ ବି ଯୁବକ ଜଣକୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

 ମିଆମି ବିମାନବନ୍ଦରରେ ୨୬ ବର୍ଷିୟ ଏହି ଯୁବକକୁ ଲ୍ୟାଣ୍ଡିଙ୍ଗ ଗିଅର ଉପରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତୁରନ୍ତ ଯୁବକକୁ ଲ୍ୟାଣ୍ଡିଙ୍ଗ ଗୁଅରରୁ ବାହାର କରି ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଅନ୍ୟ ପଟେ ବିମାନରେ ନ ଆସି ଲ୍ୟାଣ୍ଡିଙ୍ଗ ଗିଅର ଉପରେ କାହିଁକି ଯାତ୍ରା କଲେ ସେ ନେଇ ପୋଲିସ ପଚରାଉଚୁରା କରିଥିଲେ ବି ଏହାର କାରଣ ଜଣାପଡିନାହିଁ ।