ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଯୁବକ ଗିରଫ : ସାଲେପୁର ଥାନା ଅଂଚଳର ଯୁବକ ସୟଦ ହୁସେନଙ୍କୁ ଉଠାଇ ନେଲା ୟୁପି ପୁଲିସ ; ଭିଏଚପି କର୍ମକର୍ତ୍ତାଙ୍କୁ ଧମକ, ମୋଦି ଓ ଯୋଗୀ ନାଁରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ

359

କନକ ବ୍ୟୁରୋ : ସାଲେପୁରର ଯୁବକଙ୍କୁ ଉଠାଇନେଲା ଉତରପ୍ରଦେଶ ପୁଲିସ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ୟୁପି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବିଶ୍ୱହିନ୍ଦୁ ପରିଷଦ ୟୁପି ଶାଖାର ଜଣେ କର୍ମକର୍ତାଙ୍କୁ କିଛି ମାସ ତଳେ ଫୋନରେ ଧମକ ଦେଇଥିବା ଅଭିଯୋଗ ମଧ୍ୟ ଯୁବକଙ୍କ ନାମରେ ରହିଛି । ଗିରଫ ଯୁବକ ହେଉଛନ୍ତି ସାଲେପୁର ଥାନା କୁସୁମ୍ବୀ ଗାଁର ସହୟଦ ହସନ ଅହମ୍ମଦ । ଟେଲିଫୋନ ନଂବରକୁ ଟ୍ରାକିଂ କରି ଅଭିଯୁକ୍ତ ଜଣକ କୁସୁମ୍ବୀ ଗାଁର ବୋଲି ଜାଣିବାକୁ ପାଇଥିଲା ଉତରପ୍ରଦେଶ ପୁଲିସ । ଏହାପରେ ସାଲେପୁର ପହଂଚି ସ୍ଥାନୀୟ ପୁଲିସ ସହାୟତାରେ କୁସମ୍ବୀ ଗାଁର ସୟଦ ହସନ ଅହମ୍ମଦଙ୍କୁ ଗିରଫ କରିଛି ୟୁପି ପୁଲିସ ।

ପୁଲିସ ସୂଚନା ମୁତାବକ ଉତରପ୍ରଦେଶର ସିଙ୍ଗାବଲି ଥାନାରେ ସୟଦ ହସନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ସେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା କୁଲଦୀପ ପାଂଚାଲଙ୍କୁ ବହୁବାର ଧମକ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ, ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ବିରୋଧରେ ବିବଦୀୟ ମନ୍ତବ୍ୟ ଦେଇ ଆସୁଥିଲେ ।