ଗଡିଆ ଭିତରୁ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ।

Advertisment
ଗଡିଆ ଭିତରୁ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ।

କନକ ବ୍ୟୁରୋ: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଂଚଳରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ, ଯୁବତୀଙ୍କ ଘର ନିକଟସ୍ଥ ଏକ ଗଡିଆରୁ ମିଳିଛି ।  ନିକଟସ୍ଥ ଏକ ଗଛମୂଳରୁ  ଯୁବତୀଙ୍କ  ଲୁଗା ଓ ଚପଲ ବି ଉଦ୍ଧାର ହୋଇଛି ।

ତେବେ ଗତକାଲି ରାତିରେ ଝିଅ ଘରେ ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।  ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା ।  ଶେଷରେ ଆଜି  ଅପରାହ୍ନ ୩ଟାରେ  ଯୁବତୀର ମୃତଦେହ ମିଳିଥିଲା ।  ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe