କନକ ବ୍ୟୁରୋ: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଂଚଳରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ, ଯୁବତୀଙ୍କ ଘର ନିକଟସ୍ଥ ଏକ ଗଡିଆରୁ ମିଳିଛି । ନିକଟସ୍ଥ ଏକ ଗଛମୂଳରୁ ଯୁବତୀଙ୍କ ଲୁଗା ଓ ଚପଲ ବି ଉଦ୍ଧାର ହୋଇଛି ।
ତେବେ ଗତକାଲି ରାତିରେ ଝିଅ ଘରେ ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ଅପରାହ୍ନ ୩ଟାରେ ଯୁବତୀର ମୃତଦେହ ମିଳିଥିଲା । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/rrgth.jpg)