୧୦୦ ଫୁଟ୍ ଗଭୀର ବୋରୱେଲରେ ଖସିପଡିଲେ ଯୁବତୀ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ ଟିମ୍ ।

139

କନକ ବ୍ୟୁରୋ: ୧୦୦ ଫୁଟ୍ ଗଭୀର ବୋରୱେଲ୍ରେ ପଡିଲେ ୨୪ ବର୍ଷୀୟ ଯୁବତୀ । ରାଜସ୍ଥାନ, ଗଙ୍ଗପୁର ଜିଲ୍ଲା ଗୁଡଲା ଗାଁରୁ ଆସିଛି ଏଭଳି ଏକ ଖବର । ବୋରୱେଲ ପାଇଁ ଖୋଳା ହୋଇଥିଲା ଏକ ୧୦୦ ଫୁଟ୍ ଗଭୀର ଗାତରେ ପଡିଯାଇଛନ୍ତି ୨୪ ବର୍ଷୀୟ ଯୁବତୀ । ଯୁବତୀ ଜଣଙ୍କ ନା ମୋନା ବାଇ ବୋଲି ଜଣା ପଡିଛି । ମୋନାଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଗାତ ଭିତରେ ମୋନାଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ମୋନା ମଙ୍ଗଳବାର ରାତି ୮ଟା ବେଳୁ ନିଖୋଜ ଥିଲେ । ଖୋଜା ଖୋଜି ପରେ ସେ ଗାତରେ ପଡିଥିବା ଜାଣିବାକୁ ପାଇଲେ । ବୋରୱେଲ ଗାତ ପାଖରେ ମୋନାଙ୍କ ଚପଲ ପଡିଥିବାରୁ ଜଣା ପଡିଥିଲା ଯେ, ସେ ବୋରୱେଲରେ ପଡିଛନ୍ତି । ପରେ ଏନେଇ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦେବା ପରେ ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ୍ । ତେବେ ମୋନା ଦୁର୍ଘଟଣା ବସତଃ ଗାତରେ ପଡିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛି, ସେନେଇ ତଦନ୍ତ କରୁଛି ପୋଲିସ । ଏପଟେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାମ ।