ଚର୍ଚ୍ଚାରେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ । ଧୁଆଁଧାର ବଲିଂ କରି ପଞ୍ଜାବକୁ ଚିତପଟାଙ୍ଗ କଲେ ।

253

କନକ ବ୍ୟୁରୋ: ଚର୍ଚ୍ଚାରେ ଲକ୍ଷେ୍ମøର ଯୁବ ଦ୍ରୃତ ବୋଲର ମୟଙ୍କ ଯାଦବ । ପଞ୍ଜାବ ବିପକ୍ଷରେ ୧୫୫ ଦଶମିକ ୮ କିଲୋମିଟର ବେଗରେ ବଲ ପକାଇବା ପରେ ମୟଙ୍କଙ୍କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ମୟଙ୍କ ଦମଦାର ବୋଲିଂ ଯୋଗୁୁଁ ପଞ୍ଜାବ କିଙ୍ଗସକୁ ୨୧ ରନରେ ହରାଇଛି ଲକ୍ଷେ୍ମø ସୁପର ଜାଏଣ୍ଟସ୍ ।

ମୟଙ୍କ ୪ ଓଭର ବୋଲିଂ କରି ମାତ୍ର ୨୭ ରନ ଦେବା ସହ ତିନିଟି ୱିକେଟ ନେଇଥିଲେ । ଯାହା ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା । ୨୧ ବର୍ଷିୟ ଏହି ଖେଳାଳୀଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ଲକ୍ଷେ୍ମø । ତାଙ୍କର ହାରାହାରି ବୋଲିଂର ବେଗ ଘଂଟା ପ୍ରତି ୧୫୦ ରହିଛି । ଦିଲ୍ଲୀର ଏହି ଖେଳାଳୀଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ମୟଙ୍କ ବୋଲିଂ ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଗତକାଲି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୮ ୱିକେଟ ହରାଇ ୧୯୯ ରନ କରିଥିଲା ଲକ୍ଷେ୍ମø ସୁପର ଜାଏଂଟସ୍ । ୨୦୦ ରନରେ ଟାର୍ଗେଟକୁ ପିଛା କରି ପଞ୍ଜାବ ୨୧ ରନରେ ମ୍ୟାଚ ହାରିଯାଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଶିଖର ଧାୱନ, ଜନ ବେୟାଷ୍ଟ୍ରୋ ଭଲ ବ୍ୟାଟିଂ କରିଥିଲେ । ହେଲେ ପରେ ଅନ୍ୟ କେହି ଖେଳିନପାରିବାରୁ ଦଳକୁ ପରାୟଜର ସାମ୍ନା କରିବାକୁ ପଡିଥିଲା ।