କନକ ବ୍ୟୁରୋ : ଅନାଥ ପିଲାଙ୍କ ସାହାରା ସାଜିଛନ୍ତି ବାରିପଦାର ଯୁବ ଇଞ୍ଜିନିୟର । ଇଞ୍ଜିନିୟରିଂ ପଢ଼ା ସରିବା ପରେ ଏକ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରୁଥିଲେ ବାରିପଦା ସହରର ଯୁବକ ସାଇପ୍ରକାଶ ମହାନ୍ତି । ହେଲେ ପିଲା ଦିନରୁ ଶିକ୍ଷାଲାଭରୁ ବଞ୍ଚିତ ହେଉଥିବା ଅନାଥ ଓ ଅସହାୟ ପିଲାମାନଙ୍କ ପାଇଁ କିଛି କରିବାର ନିଶା ତାଙ୍କୁ ଟାଣି ଆଣିଛି ଏହି ଯାଗାକୁ ।

Advertisment

୨୦୦୮ ମସିହାରୁ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଅନାଥ ଓ କୁନି କୁନି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କୁ ବହୁ ବାଧାବିଘ୍ନକୁ ସାମ୍ନା କରିବାକୁ ପଡ଼ିଛି । ପିଲାମାନଙ୍କ ପାଖରେ ଯେଉଁ ଖୁସି ମିଳୁଛି ତାଙ୍କୁ ଇଞ୍ଜିନିୟରିଂ ଚାକିରି ଦେଇପାରିନଥିବା ସାଇପ୍ରକାଶ କହିଛନ୍ତି ।